ଭୁବନେଶ୍ୱର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଉଛି। ରବିବାର ୧୧ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଥିଲା । ରାଜଧାନୀ ଭୁବନେଶ୍ୱରରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯଇଛି। ଭୁବନେଶ୍ଵରରେ ପାରଦ ୧୦.୯॰ ଏବଂ କଟକରେ ୧୧॰ ରହିଥିଲା।
ଅପରପକ୍ଷରେ ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ କରିଛି ରାଉରକେଲା। ସେଠାରେ ୫.୭॰, ସୁନ୍ଦରଗଡରେ ୯॰, ଫୁଲବାଣୀରେ ୭॰, ଝାରସୁଗୁଡାରେ ୭.୧॰ , ଦାରିଙ୍ଗବାଡିରେ ୭.୫॰, ଭବାନୀପାଟଣାରେ ୭.୮॰, ଅନୁଗୁଳରେ ୮॰, ଜଗତସିଂହପୁରରେ ୯.୫॰, କୋରାପୁଟ ଓ ଢେଙ୍କାନାଳରେ ୯.୬॰ ତାପମାତ୍ରା ରେକର୍ଡ ହୋଇଥିଲା।