ଭୁବନେଶ୍ୱର: ପ୍ରକାଶ ପାଇଲା ୨୦୨୩ର ୟୁପିଏସସି ରେଜଲ୍ଟ । ସିଭିଲ୍ ସର୍ଭିସ୍ ପରୀକ୍ଷୀରେ ଦ୍ବିତୀୟ ର଼୍ୟାଙ୍କ ପାଇଥିବା ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି। ସୋସିଆଲ୍ ମିଡିଆ ଏକ୍ସରେ ନିଜେ ଏନେଇ ପୋଷ୍ଟ କରିଛନ୍ତି ଅନିମେଶ। । ସେହିପରି ୨୪ ନମ୍ବର ର଼୍ୟାଙ୍କରେ ଥିବା ପ୍ରଜ୍ଞାନନ୍ଦନ ଗିରିଙ୍କୁ ମଧ୍ୟ ଓଡ଼ିଶା କ୍ୟାଡର ମିଳିଛି । ସେହିପରି ୩୬ ନଂ ର଼୍ୟାଙ୍କରେ ଥିବା ଆୟୁଷୀ ପ୍ରଧାନଙ୍କୁ ଆସାମ-ମେଘାଳୟ କ୍ୟାଡର ମିଳିଛି। । ଅନ୍ୟ ୮ଜଣଙ୍କୁ ଓଡ଼ିଶା କ୍ୟାଡର୍ ମିଳିଛି। ୪୦୯ ନଂ ର଼୍ୟାଙ୍କ ରଖିଥିବା ସନ୍ତୋଷ କୁମାର ପାତ୍ର, ୫୪ ନଂ ର଼୍ୟାଙ୍କ ଧାରୀ ହରିୟାଣାର କଶିସ ବକ୍ସି, ୬୮ନଂ ର଼୍ୟାଙ୍କ-କେରଳର କସ୍ତରୁରୀ ସା, ୭୧ନଂ ର଼୍ୟାଙ୍କଓାରୀ କେରଳର ଫବି ରସିଦ, ୧୨୫ନଂ ର଼୍ୟାଙ୍କ ଧାରୀ ରାଜସ୍ଥାନର ମଣାଳିିକା ରାଠୋର, ୨୦୪ନଂ ର଼୍ୟାଙ୍କ ଦିଲ୍ଲୀର ଶୁଭ୍ରା ପଣ୍ଡା, ୨୩୯ନଂ ର଼୍ୟାଙ୍କଧାରୀ ଉତ୍ତରପ୍ରଦେଶର ପୱନ କୁମାର, ୨୫୮ନଂ ର଼୍ୟାଙ୍କ ରଖିଥିବା ମହାରାଷ୍ଟ୍ରର ବି.ଏସ କଲ୍ୟାଣରାଓ ଏହି ତାଲିକାରେ ଅଛନ୍ତି।