ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ସୋମବାର ପ୍ରଦୂଷଣ ସ୍ତରରେ ବ୍ୟାପକ ବୃଦ୍ଧି ଘଟିଛି। ଯାହାକୁ ଦୃଷ୍ଟିର ରଖି ପ୍ରଶାସନ ପକ୍ଷରୁ ଗ୍ରାପ–୩ କଟକଣା ପୁନଃ ଲାଗୁ କରାଯାଇଛି। ଏଥିକ୍ରମେ ଅନାବଶ୍ୟକ ନିର୍ମାଣ କାମ ଓ ଯାନବାହାନ ଚଳାଚଳ ଉପରେ କଟକଣା କଡାକଡି କରାଯାଇଛି। ଦିଲ୍ଲୀରେ ତାପମାତ୍ରା ୪.୫ ଡିଗ୍ରୀ ସେଲସିଅସରେ ପହଞ୍ଚିବା ପରେ ଏଠାକାର ବାୟୁମଣ୍ଡଳୀୟ ପ୍ରଦୂଷଣ ସ୍ତର ବା ଏକ୍ୟୁଆଇରେ ସୋମବାର ପ୍ରାତଃରୁ ହ୍ରାସ ଲକ୍ଷ୍ୟ କରାଯାଇଥିଲା। ଏଠାକାର ଆୟାନଗରରେ ୪.୧ ଡିଗ୍ରୀ ଏବଂ ପୁସା ଅଞ୍ଚଳରେ ୩.୫ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଥିଲା।