ବିଶାକ୍ତ ଗ୍ୟାସ୍ ଲିକ୍ କାରଣରୁ ଜର୍ଜିଆରେ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି। ଜର୍ଜିଆର ଗୁଡାଉରି ରିସୋର୍ଟଠାରେ ଥିବା ଏକ ଭାରତୀୟ ରେସ୍ତୁରାଁରେ ଏହି ଘଟଣା ଘଟିଥିବା ତବିଲିସରେ ଥିବା ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି। ରେସ୍ତୁରାଁର ଦ୍ବିତୀୟ ମହଲାରେ ଥିବା ତୃତୀୟ ପ୍ରକୋଷ୍ଠରେ ସମସ୍ତଙ୍କ ମୃତଦେହ ମିଳିଥିଲା। କାହାରି ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିବା ବେଳେ ବିଶାକ୍ତ ଗ୍ୟାସ କାରଣରୁ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ପାଓ୍ବାର ଜେନେରେଟରରୁ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗତ ହୋଇ ଏମାନଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଥିବା ଜର୍ଜିଆ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ କହିଛନ୍ତି। ଜର୍ଜିଆ ଅପରାଧ ପିଙ୍ଗଳ କୋର୍ଡ ଧାରା ୧୧୬ ଅଧିନରେ ଜର୍ଜିଆ ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତବ୍ୟକ୍ତିଙ୍କ ମଧ୍ୟରୁ ୧୧ ଜଣ ଭାରତୀୟ ହୋଇଥିବା ବେଳେ ଜଣେ ଜର୍ଜିଆ ନାଗରିକ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।