ଶ୍ରୀଲଙ୍କାକୁ ୫୦୦ ବିଲିୟନ ଡଲାରର ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ସୋମବାର ଏକ ମିଳିତ ବିବୃତ୍ତିରେ ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ବିଗତ ୨ ବର୍ଷ ହେବ ଘୋର ଆର୍ଥିକ ସଙ୍କଟରେ ପଡିଥିବା ଶ୍ରୀଲଙ୍କା ପ୍ରତି ଭାରତ ତୁରନ୍ତ ସହାୟତାର ହାତ ବଢାଇଥିଲା। ଏହି ସହାତୟା ଶ୍ରୀଲଙ୍କାକୁ ଋଣମୁକ୍ତ କରିବାର ପ୍ରକ୍ରିୟାର ସହାୟକ ହୋଇଥିଲା। ଏହା ଭାରତର ବୈଦେଶିକ ନୀତିରେ ଶ୍ରୀଲଙ୍କା ପ୍ରତି ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ସୂଚୀତ କରୁଛି ବୋଲି ସେ ଦର୍ଶାଇଛନ୍ତି। ଏଥିସହ ଭାରତ ବିରୋଧୀ କୌଣସି କାର୍ଯ୍ୟକଳାପ ପାଇଁ ନିଜ ମାଟିକୁ ବ୍ୟବହାର କରିବାକୁ ଦେବେ ନାହିଁ ବୋଲି ଦିସାନାୟକେ ପ୍ରତିଶ୍ରୁତି ଦେଇଛନ୍ତି। ଚୀନ ଶ୍ରୀଲଙ୍କା ସହିତ ସମ୍ବନ୍ଧ ବୃଦ୍ଧି କରି ଏହାର ମାଟି ତଥା ସମୁଦ୍ର ପଥକୁ ଭାରତ ବିରୋଧରେ ବ୍ୟବହାର କରିବାର ମସୁଧାରେ ଥିବା ବେଳେ ଦିଶାନାୟକେଙ୍କ ଏହି ପ୍ରତିଶ୍ରୁତି ଗୁରୁତ୍ବ ବହନ କରେ।
ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାହୋ-ଅନୁରାଧାପୁର ରେଳ ଷ୍ଟେଶନରେ ପୁନରୁଦ୍ଧାର କାମ ଏବଂ କନକେସାନ୍ଥୁରାଇ ବନ୍ଦର ସମେତ ବହୁ ନୂତନ ପ୍ରକଳ୍ପର ଘୋଷଣା କରିଛନ୍ତି। ମୋଦୀ ଆହୁରି କହିଛନ୍ତି ଯେ ଭାରତ ଦ୍ବିପାକ୍ଷିକ ପ୍ରକଳ୍ପଗୁଡିକରେ କଲମ୍ବୋର ବିକାଶକୁ ଗୁରୁତ୍ବ ଦେଇଆସିଛି। ଜାଫନା ଓ ପୂର୍ବାଞ୍ଚଳ ପ୍ରଦେଶର ବିଶ୍ବବିଦ୍ୟାଳୟଗୁଡିକର୨୦୦ ଛାତ୍ରଛାତ୍ରୀଙ୍କୁ ସ୍କଲାର୍ଶିପ ସମେତ ଆଗାମୀ ୫ ବର୍ଷ ଭିତରେ ଶ୍ରୀଲଙ୍କାର ୧୫୦୦ କର୍ମଚାରୀଙ୍କୁ ଭାରତ ପ୍ରଶିକ୍ଷଣ । ଖୁବଶୀଘ୍ର ଶ୍ରୀଲଙ୍କା ସହିତ ଏକ ସାମରିକ ସହଯୋଗିତା ରାଜିନାମ ସ୍ବାକ୍ଷର ହେବ । ଉଲ୍ଲେଖ ଯେ କ୍ଷମତା ଗ୍ରହଣ ପରେ ପ୍ରଥମଥର ଲାଗି ଭାରତ ଗସ୍ତରେ ସିଛନ୍ତି ଦିସାନାୟକେ।