ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀରେ ଦୁଇଥର ଓଡିଶା ଗସ୍ତ କରିବାକୁ ଯାଉଛନ୍ତି। କାର୍ଯ୍ୟସୂଚୀ ଅନୁଯାୟୀ ପିଏମ ମୋଦୀ ଜାନୁଆରୀ ୮ ରୁ ଜାନୁୟାରୀ ୧୦ ପର୍ଯ୍ୟନ୍ତ ରାଜ୍ୟ ରାଜଧାନୀରେ ଅନୁଷ୍ଠିତ ହେବାକୁ ଥିବା ପ୍ରଭାସ ଭାରତୀ ଦିବସ ସମ୍ମିଳନୀରେ ଯୋଗଦେବେ।ଏହାପରେ ଜାନୁଆରୀ ୨୮ ଓ ୨୯ରେ ଭୁବନେଶ୍ୱରରେ ଉତ୍ସର୍ଷ ଓଡ଼ିଶା କନକ୍ଲେଭ୍ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ କଟକରେ ଆୟୋଜିତ ରାଜ୍ୟ ପୋଲିସ୍ ହାବିଲଦାର କନଷ୍ଟେବଳ ସିପାହୀ ମହାସଂଘ ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ରାଜ୍ୟର ବିକାଶକୁ ବୃଦ୍ଧି କରିବ ଏବଂ ବିଦେଶରେ ରହୁଥିବା ଓଡିଆମାନଙ୍କୁ ସେମାନଙ୍କ ମୂଳ ସହିତ ଯୋଡିହେବା ପାଇଁ ଏକ ପ୍ଲାଟଫର୍ମ ଯୋଗାଇବ ବୋଲି ଆଶା କରାଯାଉଛି।