ଭୁବନେଶ୍ୱର: ତିନିଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଙ୍ଗଳବାର ସ୍ୱତନ୍ତ୍ର ବିମାନରେ ସେ ଦିନ ୧୦ଟାରେ କେନ୍ଦୁଝର ରାଇସୁଆଁ ହେଲିପ୍ୟାଡରେ ପହଞ୍ଚିବେ । ୧୦ଟା ୨୫ରେ ଅଶୋକ ବାଟିକାରେ ପହଞ୍ଚି ସପ୍ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗଦେବେ । ୧୧ଟା ୪୦ରେ ସେଠାରୁ ବାହାରି ୧୨ଟା ୫ରେ ମୁକୁନା ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବେ । ଅପରାହ୍ଣ ୪ଟାରେ ତାଳପଦା ଫୁଟବଲ ମ୍ୟାଚ୍ରେ ଯୋଗଦେବେ । ୬ଟା ୩୦ କେନ୍ଦୁଝର ଅଡିଟୋରିୟମ ଯୋଗଦେବା ପରେ ସର୍କିଟ ହାଉସରେ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି । ୧୮ ତାରିଖ ଦିନ ୧୧ଟାରେ ସିଦ୍ଧମଠ କାର୍ଯ୍ୟକ୍ରମରେ ଯୋଗଦେବେ । ୧୨ଟାରେ ଅଡିଟୋରିୟମ୍ରେ ଯୋଗ ଦେବା ପରେ ସର୍କିଟ ହାଉସ୍ରେ ବିଶ୍ରାମ ନେବେ । ସନ୍ଧ୍ୟା ୭ଟାରେ କାଳୀପଡ଼ିଆରେ ଗୋନାସିକା ମହୋତ୍ସବରେ ଯୋଗଦେବେ । ରାତ୍ରି ୧୦ଟା ୧୫ରେ ସେଠାରୁ ଫେରି ସର୍କିଟହାଉସ୍ରେ ବିଶ୍ରାମ ନେବେ । ୧୯ ତାରିଖ ପୂର୍ବାହ୍ଣ ୧୧ଟାରେ ସରକାରୀ ମହତାବ ଉଚ୍ଚ ବିଦ୍ୟାଳୟ ଚମ୍ପୁଆ ହୀରକ ଜୟନ୍ତୀରେ ଯୋଗଦେବେ । ଅପରାହ୍ନ ୨ଟା ୫ରେ ସର୍କିଟ ହାଉସ୍ରେ ପହଞ୍ଚିବେ । ୩ଟା ୩୦ରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ମୁଖ୍ୟମନ୍ତ୍ରୀ ।