ଭୁବନେଶ୍ୱର : ଖୁବ୍ ଶୀଘ୍ର ଜଙ୍ଗଲରେ ଲାଗିବ ସ୍ୱାଏ କ୍ୟାମେରା । ଶିକାରୀଙ୍କୁ ଧରିବାକୁ ଜଙ୍ଗଲରେ ଲାଗିବ ସ୍ପାଏ କ୍ୟାମେରା। ଏନେଇ ବନ ବିଭାଗ ଗୁରୁତ୍ୱ ଦେଉଥିବା ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ମଙ୍ଗଳବାର ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।ପାଇଲଟ ପ୍ରୋଜେକ୍ଟ ଭାବେ ଶିମିଳିପାଳ ଏବଂ ରାଉରକେଲାରେ ସ୍ପାଏ କ୍ୟାମେରା ଲାଗିଛି। ହେଲେ ଖୁବ୍ ଶ୍ରୀଘ୍ର ଡେବ୍ରିଗଡ଼ ଓ ଅନ୍ୟ ଅଭୟାରଣ୍ୟରେ ସ୍ପାଏ କ୍ୟାମେରା ଲାଗିବ ବୋଲି ମନ୍ତ୍ରୀ ଖୁଣ୍ଟିଆ କହିଛନ୍ତି। ଏପରିକି ଜଙ୍ଗଲ ଦେଇ ଯାଇଥିବା ରେଳ ଲାଇନରେ ମଧ୍ୟ ଏଆଇ କ୍ୟାମେରା ଲାଗିବ।ପ୍ରତି ବର୍ଷ ଦେବ୍ରିଗଡ଼ ଅଭୟାରଣ୍ୟର ପ୍ରାକୃତିକ ମନଲୋଭା ପରିବେଶ ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏହି ଅଭୟାରଣ୍ୟ ଅନେକ ପଶୁପକ୍ଷୀଙ୍କ ଆଶ୍ରୟ ସ୍ଥଳୀ । ଅନେକ ପଶୁପକ୍ଷୀଙ୍କ ନଖ, ଛାଲ, ଦାନ୍ତ ଇତ୍ୟାଦି ପାଇଁ ଶିକାରୀଙ୍କ ଟାର୍ଗେଟରେ ରହିଛି ଏହି ଅଭୟାରଣ୍ୟ ।