ୱାଶିଂଟନ୍: ଚେନ୍ନାଇରେ ଜନ୍ମିତ ଭାରତୀୟ ଆମେରିକୀୟ କିଶୋରି କ୍ୟାଟଲିନ୍ ସାନ୍ଦ୍ରା ନିଲ୍ ନ୍ୟୁ ଜର୍ସିରେ ଆୟୋଜିତରେ ମିସ୍ ଇଣ୍ଡିଆ ୟୁଏସ୍ ୨୦୨୪ ମୁକୁଟ ପିନ୍ଧିଛନ୍ତି। ଚଳିତବର୍ଷର ମିସ୍ ଇଣ୍ଡିଆ ୟୁଏସ୍ ଆମେରିକାର ନ୍ୟୁ ଜର୍ସିରେ ଅନୁଷ୍ଠିତ ହୋଇଥିଲା ।
କ୍ୟାଟଲିନ୍ ଙ୍କ ବୟସ ମାତ୍ର ୧୯ ବର୍ଷ । ଡାଭିସସ୍ଥିତ ୟୁନିଭର୍ସିଟି ଅଫ୍ କାଲିଫର୍ନିଆର ଦ୍ୱିତୀୟ ବର୍ଷର ଛାତ୍ରୀ ହେଉଛନ୍ତି କ୍ୟାଟଲିନ୍ । ମହିଳା ସଶକ୍ତିକରଣ ଏବଂ ମହିଳାଙ୍କ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ତାଙ୍କ ଆଗ୍ରହ । ଜୀବନରେ କିଛି ଜନମଙ୍ଗଳକାରୀ କାର୍ଯ୍ୟ କରି ସେ ନିଜ ଛାପ ଛାଡ଼ିବାକୁ ଚାହୁଁଥିବା କହିଛନ୍ତି। କର୍ଣ୍ଣାଟକ ରାଜଧାନୀ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିବା କ୍ୟାଟଲିନ୍ ୧୪ ବର୍ଷ ହେବ ଆମେରିକାରେ ରହୁଛନ୍ତି । ସେ ଜଣେ ୱେବ୍ ଡିଜାଇନର ବେହାକୁ ଆଗ୍ରହ ପ୍ରକାଶ କରିଥିବାବେଳେ ମଡେଲିଂ ଏବଂ ଆକ୍ଟିଂରେ ମଧ୍ୟ ତାଙ୍କର ରୁଚି ରହିଛି ।