ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ଖାଆନ୍ତୁ ବାଦାମ । ଘରେ ହେଉ କି ବାହାର, ବସ୍ ବା ଟ୍ରେନ୍ରେ ଯାତ୍ରା କରିବା ସମୟରେ ଲୋକମାନେ ସାଧାରଣତଃ ଚିନାବାଦମ୍ ଖାଇବାକୁ ପସନ୍ଦ କରିଥାନ୍ତି। ଥଣ୍ଡାପାଗରେ ଚିନାବାଦାମ ଖାଇବାକୁ ଅନେକେ ପସନ୍ଦ କରିଥାନ୍ତି। ଏଥିରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ୱ ମିଳିଥାଏ, ଯାହାକି ବିଭିନ୍ନ ସମସ୍ୟା ଦୂର କରିଥାଏ। ବିଶେଷ ଭାବେ ଚିନାବାଦାମ ମେଦବହୁଳତା ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିରେ ପ୍ରୋଟିନ୍ ସହ ଭିଟାମିନ୍ ଏ, ବି, ସି ଏବଂ ୨୬ ପ୍ରକାର ମିନେରାଲ୍ସ ଭରି ରହିଥାଏ। ୧୦୦ ଗ୍ରାମ୍ ଚିନାବାଦାମରେ ପାଖାପାଖି ୫୬୭ କ୍ୟାଲୋରି ଥାଏ। ପ୍ରତିଦିନ ଅଳ୍ପ ଅଳ୍ପ ଚିନାବାଦାମ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଚିନାବାଦାମ ଖାଇବା ଦ୍ୱାରା ହୃଦ୍ରୋଗ, ଡାୟାବେଟିସ୍, କ୍ୟାନ୍ସର ଓ ଅନ୍ୟାନ୍ୟ ରୋଗ ହେବା ଆଶଙ୍କା କମ୍ ହୋଇଥାଏ।
ହାର୍ଟ ସୁସ୍ଥ ରଖେ: ବାଦାମକୁ ଭିଜାଇଲେ ଏହାର ଚୋପା ପାଣିକୁ ଭଲ ଭାବେ ଶୋଷି ନିଏ । ଏହାକୁ ଖାଇବା ଖାଇବା ହୃଦୟ ପାଇଁ ସ୍ବାସ୍ଥ୍ୟକର ହୋଇଥାଏ । ଏଥିରେ ହାର୍ଟଆଟାକ୍ ଏବଂ ହୃଦୟ ସହ ଜଡିତ ଅନ୍ୟାନ୍ୟ ରୋଗ ଆଶଙ୍କା ହ୍ରାସ ପାଏ । ଏହି କାରଣରୁ ନିଜ ଡାଏଟରେ ବାଦାମ ସାମିଲ କରିବା ଉଚିତ୍ ।
କମିଥାଏ ଥଣ୍ଡା ଓ କାଶ: ଶୀତ ଦିନ ହେବା ମାତ୍ରେ ଥଣ୍ଡା କାଶ ଭଳି ସମସ୍ୟା ଅଧିକ ବଢିଯାଏ । ବାଦାମରେ ଇମ୍ୟୁନିଟି ବଢାଇବା ଶକ୍ତି ଥିବାରୁ ଏହାକୁ ନିୟମିତ ଖାଇବା ଭଲ । ବିଶେଷକ କରି ଭିଜା ବାଦାମ ଅଧିକ ଲାଭଦାୟକ ହୋଇଥାଏ । ଥଣ୍ଡା, କାଶ ଓ ବିଭିନ୍ନ ସଂକ୍ରମଣ ଆଶଙ୍କା କମ୍ ହୋଇଥାଏ ।
ସ୍ମୃତିଶକ୍ତି ବଢ଼ାଇଥାଏ: ସ୍ମୃତି ଶକ୍ତି ବଢାଇବା ପାଇଁ ବାଦାମ ଖାଇବା ଭଲ । ପାଣିରେ ଭିଜା ବାଦାମ ଅଧିକ ଲାଭଦାୟକ ହୋଇଥାଏ । ଏହାସହିତ ଦୃଷ୍ଟିଶକ୍ତି ଦୁର୍ବଳ ଥିବା ଲୋକମାନେ ମଧ୍ୟ ବାଦାମ ଖାଇବା ଦ୍ବାରା ଫାଇଦା ମିଳେ ।
ସୁସ୍ଥ ତ୍ବଚା: ଚିନାବାଦମ ଏକ ଶୀତଦିନିଆ ସୁପରଫୁଡ୍ । ଏଥିରେ ଥିବା ବାୟୋଟିନ ଶୁଷ୍କ ତ୍ବଚା ବା ଡ୍ରାଏ ସ୍କିନ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ । ଏହା ତ୍ବଚାକୁ ସୁସ୍ଥ ତଥା ଉଜ୍ଜଳ ରଖିବାରେ ସହାୟକ ହୁଏ ।