ମସ୍କୋ: ରୁଷର ପରମାଣୁ ସେନା ମୁଖ୍ୟ ଇଗୋର୍ ଙ୍କ ହତ୍ୟା ମାମଲାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ରୁଷର ଏକ ଗୁଇନ୍ଦା ଏଜେନ୍ସି। ବୁଧବାର ସନ୍ଦିଗ୍ଧଙ୍କୁ ଗିରଫ କରାଯାଇ ପଚରାଉଚରା ଜାରି କରିଛି।
ଗୁଇନ୍ଦା ଏଜେନ୍ସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସନ୍ଦିଗ୍ଧ ଜଣକ ଉଜବେକିସ୍ତାନର ନାଗରିକ ହୋଇଥିବା ବେଳେ ୟୁକ୍ରେନର ଗୁଇନ୍ଦା ସେବା ତାଙ୍କୁ ନିଯୁକ୍ତ କରିଥିଲା। ରୁଷିଆର ଫେଡେରାଲ ସିକ୍ୟୁରିଟି ସର୍ଭିସ ସନ୍ଦିଗ୍ଧଙ୍କ ପରିଚୟ କହିନଥିବା ବେଳେ ତାଙ୍କୁ ୟୁକ୍ରେନର ସ୍ୱତନ୍ତ୍ର ସେବା ଦ୍ୱାରା ନିଯୁକ୍ତି ଦିଆଯାଇଥିବା ପଚରାଉଚରା ସମୟରେ ସେ ମାନିଥିବା କହିଛି।
ପ୍ରକାଶଥାଉ କି, ମଙ୍ଗଳବାର ମସ୍କୋରେ ହୋଇଥିବା ବୋମା ବିସ୍ଫୋରଣରେ ଲେଫ୍ଟନାଣ୍ଟ ଜେନେରାଲ ଇଗୋର କିରିଲଲୋଭଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ସହ ତାଙ୍କର ଜଣେ ସହାୟକଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ତାଙ୍କ ଆପାର୍ଟମେଣ୍ଟ ବିଲ୍ଡିଂ ବାହାରେ ଏକ ସ୍କୁଟରରେ ରଖାଯାଇଥିବା ବୋମା ଦ୍ୱାରା ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପାଇଁ ପୂର୍ବରୁ ହିଁ ୟୁକ୍ରେନ ନିଜକୁ ଦାୟୀ କରିଥିବା ବେଳେ ସନ୍ଦିଗ୍ଧ ଜଣକ ହତ୍ୟା ପାଇଁ ଏକ ସ୍କୁଟରରେ ବୋମା ଲଗାଇଥିବା ସନ୍ଦେହ କରାଯାଉଛି।