ଭୁବନେଶ୍ୱର : ଆସନ୍ତା ୨୮ ତାରିଖରେ ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ । ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ଆସୁଛନ୍ତି । ତେବେ ଦୁଇ ଦିନ ଓଡ଼ିଶାରେ ରହିବାର କାର୍ଯ୍ୟକ୍ରମ ଥିବାରୁ ଦଳୀୟ ସଂଗଠନକୁ ବଳୁଆ କରିବାକୁ ନେତାଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି। ବର୍ଷ ଶେଷରେ ଶାହଙ୍କ ଗସ୍ତକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ସଂଗଠନ ସହିତ ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ସମ୍ବଲପୁରରେ ଆଲୋଚନା ହୋଇପାରେ । ଏଥିପାଇଁ ସବୁ ବଡ଼ ନେତା ଓ ଦଳୀୟ ପଦାଧିକାରୀ ସେଠାକୁ ଯିବେ ବୋଲି ଶୁଣିବାକୁ ମିଳୁଛି । ଶାହଙ୍କ ରହଣି କାଳରେ ସେ ଭୁବନେଶ୍ୱରରେ ବିଧାୟକମାନଙ୍କୁ ଦେବେ ତାଲିମ । ଏଥିସହ ଦୁଇ ଦିନିଆ ଗସ୍ତ କାଳରେ ସାହ ସମ୍ବଲପୁର ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିବା କହିଲେ ମନମୋହନ । ବିଜେପି ସରକାର ଗଠନ ପରେ ଏହା ସାହଙ୍କ ତୃତୀୟ ଗସ୍ତ ହେବାକୁ ଯାଉଛି । ବିଜେପି ରାଜ୍ୟରେ ସରକାର ଗଠନ କରିବା ପରଠାରୁ ବାରମ୍ବାର କେନ୍ଦ୍ରୀୟ ନେତୃତ୍ୱଙ୍କ ଆଗମନ ହେଉଛି ଓଡିଶାକୁ । ଶୀର୍ଷ ନେତୃତ୍ୱ ଏଠାରେ ବିଧାୟକଙ୍କୁ ତାଲିମ ମଧ୍ୟ ଦେଉଛନ୍ତି । ବିଧାୟକଙ୍କ କାମ କେମିତି ରହିବ ରାଜ୍ୟ ତଥା ରାଜ୍ୟବାସୀଙ୍କ ପ୍ରତି ତାହା ତାଲିମ ଦେବା ସହ ବିଧାନସଭାରେ ସେମାନଙ୍କ ଭୁମିକା ସମ୍ପର୍କରେ ମଧ୍ୟ ତାଲିମ ଦେଉଛନ୍ତି ।