ପୁରୀ : ପୁଣି ଆରମ୍ଭ ହେବ ରତ୍ନଭଣ୍ତାର ମରାମତି କାମ । ଦ୍ବିତୀୟ ଭୋଗ ଶେଷ ହେବା ପରେ କାମ ଆରମ୍ଭ ହେବ। ପ୍ରଥମ ଦିନରେ ଲୁହା ଭାରା ବନ୍ଧା ସହ ଫାଟ ଥିବା ସ୍ଥାନରେ ପ୍ଲାଷ୍ଟର ଛଡ଼ା ଯାଇଥିଲା। ପ୍ରତିଦିନ ୫ରୁ ୬ ଘଣ୍ଟା ମରାମତି କାର୍ଯ୍ୟ କରିବ ଏଏସଆଇ ।
ସୂଚନା ଅନୁଯାୟୀ , ମଙ୍ଗଳବାରଠୁ ରତ୍ମଭଣ୍ତାର କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ବୁଧବାର ଦିବା ପହୁଡ଼ ନୀତି ଯୋଗୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରଖାଯାଇଥିଲା । ଗୋଟିଏ ଦିନ ବିରତି ପରେ ଗୁରୁବାର ପୁଣି ମରାମତି କାର୍ଯ୍ୟ ଆରମ୍ଭ ହେଉଛି । ପ୍ରଥମେ ରତ୍ନଭଣ୍ତାର ଭିତର ଏବଂ ପରେ ବାହାର କାର୍ଯ୍ୟ କରାଯିବା ନେଇ ସୂଚନା ରହିଛି । ତିନି ମାସ ମଧ୍ୟରେ ରତ୍ନଭଣ୍ତାର କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ ରଖାଯାଇଛି ଏବଂ ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି ବାଧା ସୃଷ୍ଟି ନ ହୁଏ ସେଥି ପ୍ରତି ମଧ୍ୟ ଧ୍ୟାନ ଦିଆ ଯାଇଛି ।