ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଓଡିଶା ସରକାର ସଶସ୍ତ୍ର ପୋଲିସ କନଷ୍ଟେବଳ ଏକ ଉତ୍ସର୍ଗୀକୃତ କମ୍ପାନୀ ଗଠନ କରିଛି।
ସେଥିପାଇଁ ତିଆରି ହେବ ୧୩୧ ଜଣିଆ ଆର୍ମଡ୍ ପୋଲିସ ରିଜର୍ଭ କମ୍ପାନୀ । ଏନେଇ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖି ଜଣାଇଲେ ଗୃହ ସଚିବ । ଏହି କମ୍ପାନୀରେ କମାଣ୍ତାଣ୍ଟ, ଇନସ୍ପେକ୍ଟର, ୩ ଏସଆଇ, ୩ ଏ ଏସ ଆଇ , ୩୦ ହାବିଲଦାର ରହିବେ । ୩ ଡ୍ରାଇଭର ହାବିଲଦାର, ୮୭ ସିପାହୀ ଓ ୩ ଡ୍ରାଇଭର ରହିବା ନେଇ ସୂଚନା ରହିଛି । ସେହିପରି ଏହି କମ୍ପାନୀର ପ୍ରଶାସନିକ ଦାୟିତ୍ୱରେ ମୟୂରଭଞ୍ଜ ଏସପି ରହିବେ ।ଏହା ଦ୍ୱାରା ବାଘ ଶୀକାର ଉପରେ ରୋକ ଲାଗିବ ସହିତ ବାଘ ମୃତ୍ୟୁକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ । ଏହା ସହିତ ବାଘ ସଂଖ୍ୟା ମଧ୍ୟ ଶିମିଳିପାଳରେ ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି ।