କାଠମାଣ୍ଡୁ: ଗୁରୁବାର ସକାଳେ ନେପାଳରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲର ଏହି ଭୂକମ୍ପ ତୀବ୍ରତା ୪.୧ ରେକର୍ଡ ହୋଇଛି।ଗୁରୁବାର ସକାଳ ପ୍ରାୟ ୭.୨୨ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ଅକ୍ଷାଂଶର ୨୮.୫୬ ଉତ୍ତର ଏବଂ ଦ୍ରାଘିମାର ୮୪.୨୩ ପୂର୍ବରେ ପ୍ରାୟ ୧୦ କିଲୋମିଟର ଗଭୀରତାରେ ରହିଥିବା ସୂଚନା ଦେଇଛି ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର। ତେବେ ଏନେଇ କ୍ଷୟକ୍ଷତି ସମ୍ପର୍କିତ ତଥ୍ୟ ଆସିନାହିଁ ।
ପ୍ରକାଶଥାଉ କି, ନେପାଳ ଏକ ଭୂକମ୍ପ ପ୍ରବଣ ଦେଶ ହୋଇଥିବା ବେଳେ ଏଠାରେ ଅନେକ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥାଏ । ଗତ କିଛି ବର୍ଷର ରେକର୍ଡକୁ ଦେଖିଲେ ଜଣାପଡେ ଯେ, ଏଠାରେ ପ୍ରତି ୪୦ ବର୍ଷରେ ୨ ଥର ରିକ୍ଟର ସ୍କେଲରେ ୭.୫-୮ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥାଏ । ଏହାସହିତ ପ୍ରତି ୮ ବର୍ଷରେ ଥରେ ରିକ୍ଟର ସ୍କେଲରେ ୮ରୁ ଅଧିକ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥାଏ।