ମାଲକାନାଗିରି: ମାଲକାନଗିରି ଜିଲ୍ଲା ବଡଯାତ୍ରା ଆସନ୍ତା ବର୍ଷ ଫେବୃଆରୀ ୧୧ରୁ ଆରମ୍ଭ ହେବ ା ଏ ନେଇ ପ୍ରସ୍ତୁତି ବୈଠକ ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଏହି ବଡଯାତ୍ରା ପ୍ରତି ଦୁଇ ବର୍ଷରେ ଥରେ ହୋଇଥାଏ। ଏହି ଯାତ୍ରାରେ ପୂଜା ପାଇଥାନ୍ତି ପ୍ରଭୁ କାନମ ରାଜୁ, ବାଲ ରାଜୁ, ପୋତ ରାଜୁ ଓ ମା ମୁତ୍ୟାଲୁ ଅମ୍ମା। ଏହି ଯାତ୍ରା କାହିଁ କେଉଁ ଆଦିମ କାଳରୁ ପାଳନ ହୋଇ ଆସୁଛି। ପ୍ରସ୍ତୁତି ବୈଠକରେ ତହସିଲଦାର ଓ ଅନ୍ୟ ଅଧିକାରୀଙ୍କ ସହ ଯାତ୍ରା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତଥଲେ ା ଏହି ଯାତ୍ରା ଦୀର୍ଘ ଏକ ମାସ ଧରି ଚାଲିବ ା