ଉଗାଣ୍ଡା: ଡରାଇଲାଣି ଏକ ନୂଆ ଭାଇରସ। ଏହି ଭୁତାଣୁର ନାମ ଡିଙ୍ଗା-ଡିଙ୍ଗା ହୋଇଥିବା ବେଳେ ଏବେ ଏହାକୁ ନେଇ ଚିନ୍ତାରେ ବିଶ୍ୱବାସୀ। ‘ଡିଙ୍ଗା-ଡିଙ୍ଗା’ର ଅର୍ଥ ‘ନାଚିବା ପରି ଗତି କରିବା’ ହୋଇଥିବା ବେଳେ ଏହି ରହସ୍ୟମୟ ରୋଗ ମୁଖ୍ୟତ ଆାଫ୍ରୀକିୟ ଦେଶ ଉଗାଣ୍ଡାର ବୁଣ୍ଡିବୁଗୁ ଜିଲାର ମହିଳା ଏବଂ ଝିଅମାନଙ୍କୁ ପ୍ରଭାବିତ କରୁଛି।
ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆାଫ୍ରୀକିୟ ଦେଶ ମାନଙ୍କରେ ‘ଡିଙ୍ଗା-ଡିଙ୍ଗା’ ଭାଇରସ ବ୍ୟାପୁଥିବା ବେଳେ ଏଯାବତ ଏଥିରେ ୪୦୦ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ସାରିଛନ୍ତି । ଏହି ରୋଗରେ ପୀଡିତ ଲୋକମାନଙ୍କୁ ଜୋରରେ ଜ୍ୱର, ଅତ୍ୟଧିକ ଦୁର୍ବଳ ଅନୁଭବ କରିବା ସହ ଅଚେତ ତଥା ପକ୍ଷାଘାତର ଶିକାର ମଧ୍ୟ ହେଉଛନ୍ତି।
ରୋଗର ନିରାକରଣ ପାଇଁ ଆବଶ୍ୟକୀୟ ଔଷଧ ଏବଂ ଟୀକା ପ୍ରଦାନ କରାଯାଉଥିବା ବେଳେ ସାଇଣ୍ଟିଫିକ ଟିମ ସେଠାରେ ପହଞ୍ଚି ଅଧିକ ଗବେଷଣା ଜାରି ରଖିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଆଂଟିବାୟୋଟିକ ଦେଇ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀ କିୟାଟା କ୍ରିଷ୍ଟଫର କହିଛନ୍ତି । ରୋଗର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡି ନଥିବା ବେଳେ ଇନଫ୍ଲୁଏଂଜା, ସିଓଭିଆଇଡି-୧୯, ମ୍ୟାଲେରିଆ ଭଳି ଏହା ଏକ ସଂକ୍ରାମକ ରୋଗ ବୋଲି ଅନୁମାନ କରାଯାଉଛି।