ଫୁଲବାଣୀ: ସଂସଦରେ ବରିଷ୍ଠ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଧକ୍କା ମାରି ପକେଇ ଦେବା ଘଟଣାକୁ ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ତୀବ୍ର ନିନ୍ଦା କରାଯାଇ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଏହି କୁଶ ପୁତ୍ତଳିକା ଦାହ କରାଯାଇଛି । ଏହାସହିତ ଯଦି ତାଙ୍କୁ ତୁରନ୍ତ ଗିରଫ କରା ନଯାଏ , ଆଗାମୀ ଦିନରେ ଏହାର ଦୃଢ଼ ପ୍ରତିବାଦ ହେବ ବୋଲି ସୂଚନା ଦେଇଛନ୍ତି। ଯୁବ ମୋର୍ଚ୍ଚା କର୍ମକର୍ତ୍ତା ମାନେ ବିକ୍ଷୋଭ ପ୍ରଦର୍ଶନ କରି ରାହୁଲ ବିରୋଧୀ ସ୍ଲୋଗାନ ଦେଇ ଫୁଲବାଣୀ ବିଜୁପଟ୍ଟନାୟକ ଛକ ଠାରେ ତାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ମୁକ୍ତିକାନ୍ତ ମହାନ୍ତି, ସାଂସଦ ପ୍ରତିନିଧି ଜଗନ୍ନାଥ ସାହୁ, ଗୋଲକ ବିହାରୀ କହଁର,ସୁଧାଂଶୁ ଗୁରୁ,ଅନିଲ ପ୍ରଧାନ, ସଂଜିତ୍ ପାତ୍ର,ରଘୂପତି କହଁର,ବିଶ୍ୱରଞ୍ଜନ ଦାସ, ଅମରେନ୍ଦ୍ର ବେହେରା,ଅରବିନ୍ଦ ମହାପାତ୍ର,ରତନ ଚୌଧୁରୀ, ଆସ୍ତିକ ମଲ୍ଲିକ,ପ୍ରଶାନ୍ତ ପଟ୍ଟନାୟକ, କାହ୍ନୁ ପାତ୍ର ପ୍ରମୁଖ ୱାପସ୍ଥିତ ରହି ରାହୁଲ ଗାନ୍ଧୀଙ୍କ ପୁଶ ପୁତ୍ତଳିକା ଦାହ କରିଥିଲେ।