ଭୁବନେଶ୍ୱର : ଏଥର ନିଜ ପସନ୍ଦର କଲେଜ ବାଛି ପାରିବେ ଛାତ୍ରଛାତ୍ରୀ । ଯୁକ୍ତ ୨ ପ୍ରଥମ ବର୍ଷର ଶିକ୍ଷାର୍ଥୀମାନେ କଲେଜ ବଦଳି ପାଇଁ ଆବେଦନ କରିପାରିବେ । ୨୮ ଯାଏ ସାମ୍ସ ପୋର୍ଟାଲ୍ରେ ଆବେଦନ ପ୍ରକ୍ରିୟା ଚାଲିବ । ୩୦ ଯାଏ କଲେଜ ସ୍ତରରେ ଆବେଦନର ଯାଞ୍ଚ ହେବ । ଉଚ୍ଚ ମାଧ୍ୟମିକ ସ୍କୁଲର ସାମ୍ସ ଜିଲ୍ଲା ନୋଡାଲ ଅଧିକାରୀ ୨୦୨୫ ଜାନୁଆରୀ ୨ ମଧ୍ୟରେ ଯାଞ୍ଚ କରିବେ । ଜାନୁଆରୀ ୩ରୁ ୧୦ ଯାଏ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ଆବେଦନପତ୍ରରେ ସମୀକ୍ଷା ହେବ । ଏହାପରେ ବଦଳି ପାଇଁ ଅନୁମତି ମିଳିବ । ୪ରୁ ୧୩ ତାରିଖ ମଧ୍ୟରେ ବଦଳି ହୋଇ ପିଲା ଚାହୁଁଥିବା କଲେଜରେ ନାମଲେଖାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । ସୂଚନା ଅନୁଯାୟୀ, କଲେଜ ବଦଳି ନେଇ କେତେକ ଗାଇଡଲାଇନ ମଧ୍ୟ ରହିଛି । ଛାତ୍ରଛାତ୍ରୀ ନିଜ ହିସାବରେ କଲେଜ ବାଛିପାରିବେ । କିନ୍ତୁ ସେମାନେ ଯେଉଁ ଷ୍ଟ୍ରିମ ବାଛିଛନ୍ତି ସେଠାରେ ସିଟ୍ ମଧ୍ୟ ରହିଥିବା ଜରୁରୀ ଅଟେ । ଏହା ପାଇଁ ୫ କାରଣ ମଧ୍ୟ ରହିଥିବା ଆବଶ୍ୟକ । ନଚେତ ଇଚ୍ଛା ମୁତାବକ କଲେଜ ବଦଳାଇ ପାରିବେ ନାହିଁ । ମା ବାପାଙ୍କ ବଦଳି କିମ୍ବା ଆବସର, ବାପା ମାଙ୍କର ଯଦି ମୃତ୍ୟୁ ହୋଇଥାଏ, ମହିଳା ଶିକ୍ଷାର୍ଥୀ ବିବାହ କରଥିଲେ ଏବଂ ଶାରୀରିକ ଅସୁସ୍ଥତା ରହିଥିଲେ ମଧ୍ୟ କଲେଜ ବଦଳାଇପାରିବେ ।