ଭୁବନେଶ୍ୱର : ହକି ଇଣ୍ଡିଆ ଲିଗ୍ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ଅଂଶଗ୍ରହଣ କରୁଥିବା ଓଡିଶା ଫ୍ରାଞ୍ଚାଇଜ କଳିଙ୍ଗ ଲାନ୍ସର୍ସର ଜର୍ସି, ମାସ୍କଟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚନ ହୋଇଛି । ଉଭୟରେ ଓଡିଶାର ଇତିହାସ, କଳା ଆଦି ପ୍ରତିଫଳିତ ହୋଇଛି ।
ମାସ୍କଟର ନାମ ‘ଜିତ’ ରହିଛି। ଚଳିତବର୍ଷ ଟିମ ବେଶ ସନ୍ତୁଳିତ ରହିଛି । ରାଜ୍ୟରୁ ଆଠ ଜଣ ଖେଳାଳି ଏଥିରେ ସାମିଲ ହୋଇଛନ୍ତି । ହକି ଇଣ୍ଡିଆ ଲିଗରେ ଟିମ୍ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି ।ଏହି ଅବସରରେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, କ୍ରୀଡା ସଚିବ ଭାସ୍କର ଜ୍ୟୋତି ଶର୍ମା, ବେଦାନ୍ତ ସିଇଓ ସୁନୀଲ ଗୁପ୍ତା ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, କ୍ରୀଡା ସଚିବ ଭାସ୍କର ଜ୍ୟୋତି ଶର୍ମା, ବେଦାନ୍ତ ସିଇଓ ସୁନୀଲ ଗୁପ୍ତା ପ୍ରମୁଖ ଯୋଗଦେଇଥିଲେ ।ଡିସେମ୍ବର ୨୮ ତାରିଖରେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗର ଆସନ୍ତା ସଂସ୍କରଣର ଉଦଘାଟନୀ ସମାରୋହ ହେବ । ଆଉ ଫେବ୍ରୁଆରୀ ୧ ତାରିଖରେ ଏଠାରେ ପୁରୁଷ ଟିମର ଫାଇନାଲ ଖେଳାଯିବ । ସେହିପରି ମହିଳା ଲିଗର ଫାଇନାଲ ଜାନୁଆରୀ ୨୬ ତାରିଖରେ ରାଞ୍ଚିରେ ଖେଳାଯିବ ।