ପୁରୀ : ଆଗକୁ ଆସୁଛି ନୂଆବର୍ଷ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍ ପରିବର୍ତ୍ତନ ହେବ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ପୁରୁଣା ଡିଜାଇନ୍ ସହ ଆଉ କିଛି ନୂଆ ଡିଜାଇନ୍ ମଧ୍ୟ ମିଶାଯିବ । ଲୋକଙ୍କ ଧର୍ମୀୟ ଭାବନା ଜଡିତ ଥିବାରୁ ବିଚାରବିମର୍ଷ ଜାରି ରହିଛି । ଖାସ କରି ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ମଣ୍ତପ ବ୍ୟବସ୍ଥା ରହିବ । ବର୍ତ୍ତମାନ ଏନେଇ ଆଲୋଚନା ଆରମ୍ଭ ହୋଇଯାଇଛି ନିଷ୍ପତ୍ତି ନିଆଯିବା ପରେ କାମ ଆରମ୍ଭ ହେବ । ତେବେ ଦୁଇରୁ ତିନି ମାସ ମଧ୍ୟରେ କାର୍ଯ୍ୟ ଆରମ୍ଭ କରାଯିବ । ସେପଟେ ନୂଆବର୍ଷରେ ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ନାଟମଣ୍ଡପରେ ଗରୁଡ଼ ସ୍ତମ୍ଭରୁ ବାହାର କାଠ ପର୍ଯ୍ୟନ୍ତ ଯେଉଁଠି ଠିଆ ହେଲେ ବି ମହାପ୍ରଭୁଙ୍କ ଦର୍ଶନ ହୋଇ ପାରିବ । ଏହା ଦ୍ବାରା ଆଉ ହେବନାହିଁ ଠେଲା ପେଲା । ଭକ୍ତ ମନ୍ଦିରର ଗୋଟିଏ ପଟେ ପଶିଲେ ଆର ପଟ ରାସ୍ତାରେ ବାହାରିବେ । ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କ ସହଯୋଗ ଲୋଡ଼ିଛନ୍ତି ଆଇନ ମନ୍ତ୍ରୀ । ଦିବ୍ୟାଙ୍ଗ ଓ ଅତି ବୃଦ୍ଧଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବି ଖୁବଶୀଘ୍ର ନୂଆ ବ୍ୟବସ୍ଥା ହେବ ।