ଭୁବନେଶ୍ୱର : ଆଗକୁ ଆସୁଛି ନୂଆବର୍ଷ । ସେଥିଲାଗି ସବୁଠୁ ପ୍ରସ୍ତୁତି ଜୋର ସୋରରେ ଚାଲିଛି । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ଦିନ ଜିରୋ ନାଇଟ୍ ସେଲିବ୍ରେଶନ୍ କରାଯାଏ । ଟୁଇନସିଟିର ହୋଟେଲ ଓ ରେଷ୍ଟୁରାଣ୍ଟେରେ ଯୁବପିଢ଼ି ଏକତ୍ରିତ ହୋଇ ଏହାକୁ ସେଲିବ୍ରେଟ୍ କରନ୍ତି । ନାଚ, ଗୀତ ସାଙ୍ଗକୁ ମଦର ଆସର ମଧ୍ୟ ଜମେ ।ତେବେ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜିରୋ ନାଇଟ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ବାଧ୍ୟତାମୂଳକ ବୋଲି କୁହାଯାଇଛି । ଅବକାରୀ ବିଭାଗର ଅନୁମତି ନ ନେଇ ଜିରୋ ନାଇଟ୍ ସେଲିବ୍ରେଶନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ଅବକାରୀ କମିଶନର ନରସିଂହ ଭୋଳ ।ବିନା ଅନୁମତିରେ କିଛି ଜାଗାରେ ଜିରୋ ନାଇଟ୍ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ବିଭାଗକୁ ବିଭିନ୍ନ ସୂତ୍ରରୁ ଖବର ଆସିଛି । ଏହାକୁ ରୋକିବା ପାଇଁ ଖୁବଶୀଘ୍ର ବିଭାଗ ପଦକ୍ଷେପ ନେବ ବୋଲି ଅବକାରୀ କମିଶନର ନରସିଂହ ଭୋଳ ଚେତାବନୀ ଦେଇଛନ୍ତି ।