ଭବାନୀପାଟଣା: ଭବାନୀପାଟଣା ସ୍ଥିତ ପି.ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ୨୦୨୪-୨୫ ପାଳିତ ହେଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ମା ସରସ୍ବତୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବ ପରେ ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସିଡିଓ-କମ୍-ଇଓ ଜିଲ୍ଲା ପରିଷଦ ଦୟାମୟ ପାଢ଼ୀ, ସମ୍ମାନିତ ଅତିଥି ଭାବେ କୃଷି ମହାବିଦ୍ୟାଳୟ, ଭବାନୀପାଟଣାର କୁଳପତି ସାନ୍ତନ୍ତୁ ତ୍ରିପାଠୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମସେନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀଙ୍କ ଦ୍ବାରା ଭାରତୀୟ ସଂସ୍କୃତିକୁ ନେଇ ସୁନ୍ଦର ସ୍ଵାଗତ ସଙ୍ଗୀତ ପରିବେଷଣ ହେବାପରେ ପ୍ରଧାନ ଶିକ୍ଷକ ସ୍ଵାଗତ ଭାଷଣ ସହିତ ବିଦ୍ୟାଳୟର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ଓ ପୂର୍ବରୁ ଆୟୋଜିତ ହେଇଥିବା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଅନେକ ସାଂସ୍କୃତିକ ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ ହୋଇଥିଲା।