କାଠମାଣ୍ଡୁ: ପୁଣିଥରେ ଭୂକଂପରେ ଥରିଲା ନେପାଳ। ଶନିବାର ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ରେକର୍ଡ ହୋଇଛି । ଭୋର ପ୍ରାୟ ୪ଟାରେ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳୀ ଜୁଲ୍ମା ଜିଲ୍ଲାରେ ୧୦ କିଲୋମିଟର ଗଭୀରତାରେ ଥିବା ନେଇ ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ (ଏନ୍ସିଏସ୍) ପକ୍ଷରୁ ସୂଚନା ମିଳିଛି । ଏନେଇ ହୋଇଥିବା କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ ।
ଅପରପକ୍ଷରେ ଏହି ଭୂକମ୍ପର ଝଟକା ଉତ୍ତରାଖଣ୍ଡରେ ମଧ୍ୟ ଅନୁଭୂତ ହୋଇଥିଲା। ପ୍ରାୟ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଏହି ଝଟକା ଅନୁଭୂତ ହୋଇଥିବା ବେଳେ ଲୋକେ ଭୟଭୀତ ହୋଇ ଘରୁ ବାହରକୁ ପଳାଇ ଆସିଥିଲେ।