ସାଧାରଣତଃ ଭାତ ଆମର ପ୍ରଧାନ ଖାଦ୍ୟ । ଲୋକମାନେ ପ୍ରତିଦିନ ଦରକାର ଠୁ ଅଧିକ ଭାତ ଖାଇଥାନ୍ତି । ଭାତ ରେ ଆମ ଶରୀର ପାଇଁ ସବୁ ପ୍ରକାର ପୋଷକ ତତ୍ଵ ନଥାଏ । ସବୁ ସମୟରେ ଭାତ ଖାଇବା ଭଲ ନୁହଁ । ପ୍ରତିଦିନ ଭାତ ଖାଇବା ଦ୍ଵାରା ଶରୀର ଉପରେ କୁପ୍ରଭାବ ପଡିଥାଏ ଓ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ।ମାତ୍ର ଏହି ଅଭ୍ୟାସ ପାଇଁ କିଛି ଲୋକେ ରାତିରେ ମଧ୍ୟ ଭାତ ଖାଇ ଥାଆନ୍ତି। ମାତ୍ର କିଛି ସ୍ୱତନ୍ତ୍ର କାରଣରୁ ରାତିରେ ଭାତ ଖାଇବା କେଉଁ ମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ତାହା ଜାଣିବା ନିତାନ୍ତ ଆବଶ୍ୟକ।
ରାତିରେ ଭାତ ଖାଇବା ଦ୍ୱାରା ନିଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ସୃଷ୍ଟି ହୋଇପାରେ। ବିଶେଷ କରି ଆଜମା ରୋଗୀଙ୍କୁ ରାତିରେ ଭାତ ଖାଇବାକୁ ବାରଣ କରାଯାଇଛି। ଭାତରେ କାର୍ବୋହାଇଡ୍ରେଟ ଅଧିକ ଥାଏ। ଯାହା ଦ୍ୱାରା ଶରୀରରେ ଫ୍ୟାଟ୍ ଜମା ହୋଇଥାଏ। ଫଳରେ ମୋଟାପଣ ବୃଦ୍ଧି ହୋଇଥାଏ। ରାତିରେ ଭାତ ଖାଇବା ଦ୍ୱାରା ମଧୁମେହ ସମସ୍ୟା ହୋଇଥାଏ। ରାତିରେ ଭାତ ଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଇଥାଏ। ତେଣୁ ମଧୁମେହ ରୋଗୀ ରାତିରେ ଆଦୌ ଭାତ ଖାଇବା ଉଚିତ୍ ନୁହେଁ। ରାତିରେ ଭାତ ଖାଇବା ଦ୍ୱାରା ସହଜରେ ହଜମ ହୋଇନଥାଏ। ଭାତ ହଜମ ହେବାକୁ ଅଧିକ ସମୟ ଲାଗିଥାଏ। ରାତିରେ ଭାତ ଖାଇବା ଦ୍ୱାରା ପେଟ ସହ ଜଡିତ ଅନେକ ସମସ୍ୟା ସହ କୋଷ୍ଠକାଠିନ୍ୟ, ଏସିଡିଟି ସମସ୍ୟା ଆଦି ହୋଇପାରେ। ଭାତ ଅଧିକ ଖାଇବା ଦ୍ଵାରା ଆମ ହାଡ଼ ମଧ୍ୟ ଦୁର୍ବଳ ହୋଇଯାଏ । ହାଡ଼ ପାଇଁ ବହୁତ ଭିଟାମିନ- ସି ଓ କ୍ୟାଲସିୟମ ର ଅବସ୍ୟକତା ରହିଛି । ଯାହା ଭାତରେ ନାହିଁ । ଯେଉଁମାନଙ୍କ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ରହିଛି, ସେମାନେ ରାତିରେ ଭାତ ଖାଇବା ଉଚିତ୍ ନୁହେଁ। ନଚେତ୍ ଯନ୍ତ୍ରଣା ଅଧିକ ହୋଇଥାଏ।