କାଜାନ: ରୁଷର କୁର୍ସ୍କ ଅଞ୍ଚଳରେ ଥିବା ରିଲ୍ସ୍କ ସହରରେ ଭୟଙ୍କର ଡ୍ରୋନ ଆକ୍ରମଣ କରିଛି ୟୁକ୍ରେନ । ଏକାଧିକ ଉଚ୍ଚ ଅଟ୍ଟାଳିକା ଉପରେ ଟାର୍ଗେଟ କରି ମୋଟ ୮ଟି ଡ୍ରୋନରେ ଆକ୍ରମଣ ହୋଇଛି। ଏହି ଆକ୍ରମଣକୁ ୯/୧୧ ରେ ଆମେରିକାରେ ଥିବା ବିଶ୍ଵ ବାଣିଜ୍ୟ କେନ୍ଦ୍ର(ଡବ୍ଲ୍ୟୁଟିସି)ରେ ହୋଇଥିବା ଆକ୍ରମଣ ସହିତ ତୁଳନା କରାଯାଉଛି। ତିନିଟି ବହୁ ତଳ କୋଠାକୁ ଆତଙ୍କୀଙ୍କ ଟାର୍ଗେଟ । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆକ୍ରମଣରେ ଶିଶୁ ସମେତ ୬ ଜଣକ ପ୍ରାଣହାନୀ ଘଟିଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି । କ୍ଷୟକ୍ଷତି ସଂପର୍କରେ ସବିଶେଷ କିଛି ଜଣାପଡ଼ି ନଥିବା ବେଳେ ଆକ୍ରମଣ ପାଇଁ ୟୁକ୍ରେନକୁ ଦାୟୀ କରିଛି ରୁଷ।
ଅପରପକ୍ଷରେ ୟୁକ୍ରେନ୍ର ବିସ୍ଫୋରକ ଭର୍ତ୍ତି କିଲର୍ ଡ୍ରୋନ୍ ଆକ୍ରମଣରେ ଏକାଧିକ ବହୁତଳ ବିଶିଷ୍ଟ କୋଠାଗୁଡିକ ନଷ୍ଟ ହୋଇଯାଇଥିବା ବେଳେ ସେଠାରେ ଭୟଙ୍କର ନିଆଁ ମଧ୍ୟ ଲାଗିଛି । ଆକ୍ରମଣ ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ବିମାନ ଉଡାଣ ବନ୍ଦ ରହିଛି । ଏହି ଆକ୍ରମଣକୁ ନେଇ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ପ୍ରକାଶଥାଉ କି, ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାରେ ଥିବା ବିଶ୍ଵ ବାଣିଜ୍ୟ କେନ୍ଦ୍ର(ଡବ୍ଲ୍ୟୁଟିସି)ରେ ଯେପରି ଆକ୍ରମଣ ହୋଇଥିଲା, ଠିକ ସେମିତି ରୁଷ ଉପରେ ଆକ୍ରମଣ ହୋଇଛି । ଡବ୍ଲ୍ୟୁଟିସିରେ ଆତଙ୍କବାଦୀ ବିମାନ ଦ୍ଵାରା ଆକ୍ରମଣ କରିଥିବାବେଳେ ଏଠାରେ ୟୁକ୍ରେନ ଡ୍ରୋନକୁ ବ୍ୟବହାର କରିଛି।