ଭୁବନେଶ୍ୱର: ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ନେଇ ଆସିଛି ବଡ଼ ଖବର । ଏବେ ଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ କରାଯାଉଛି। ଯାଞ୍ଚ ସରିଲେ ଆସନ୍ତା ୩୦ରେ ଟଙ୍କା ଦେବାକୁ ଟାର୍ଗେଟ ରଖାଯାଇଛି । ଯଦି ଏହା ନ ସରେ ତେବେ ଜାନୁଆରୀରେ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ସେହିଭଳି ବଣ୍ଡାଘାଟିରେ ସୁଭଦ୍ରା ସମୀକ୍ଷା ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ସେ ୧୨ ହଜାର ବଣ୍ଡା ମହିଳା ସୁଭଦ୍ରା ପାଇଁ ଆବେଦନ କରିଥିଲେ। ପ୍ରଥମ କିସ୍ତିରେ ୯ ହଜାର ବଣ୍ଡା ମହିଳା ଟଙ୍କା ପାଇଛନ୍ତି । ୩ ହଜାର ଟଙ୍କା ପାଇ ନାହାନ୍ତି । ଏହି ସମସ୍ୟାର ସମାଧାନ ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତଙ୍କୁ ଟଙ୍କା ମିଳିବ ବୋଲି ସେ କହିଛନ୍ତି ।