ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ନର ଭିକେ ସକ୍ସେନା ଅବକାରୀ ନୀତି ମାମଲାରେ କେଜରିୱାଲଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ପ୍ରଦାନ କରିଛନ୍ତି । କହିରଖୁଛୁ ଚଳିତ ବର୍ଷ ଡିସେମ୍ବର ୫ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜରିୱାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମୋଦନ ଲୋଡ଼ିଥିଲେ । ବର୍ତ୍ତମାନ କେଜରିୱାଲଙ୍କ ସାମ୍ନାରେ ରାଜନୈତିକ ଚ୍ୟାଲେଞ୍ଜ ଦେଖାଦେଇପାରେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାବି କରିଛି କି ସେ ଅବକାରୀ ନୀତିର ସୂତ୍ର ଏବଂ କାର୍ଯ୍ୟନ୍ୱୟନରେ ବ୍ୟାପକ ଦୁର୍ନୀତି ଚିହ୍ନଟ କରିଛି । ଚଳିତ ବର୍ଷ ମେ ୧୭ ତାରିଖରେ ରାଉଜ୍ ଆଭେନ୍ୟୁ କୋର୍ଟରେ ଦାଖଲ ହୋଇଥିବା ଅଭିଯୋଗ ସଂଖ୍ୟା ୭ରେ ଏହାର ଉଲ୍ଲେଖ ରହିଛି । ଜୁଲାଇ ୯ରେ କୋର୍ଟ ଏହି ଅଭିଯୋଗକୁ ଗ୍ରହଣ କରିଥିଲା । ଅପରପକ୍ଷରେ ଏହି ଅଭିଯୋଗ ସମ୍ପର୍କରେ ଆପ୍ କହିଛି କି ତଥାକଥିତ ମଦ ଦୁର୍ନୀତିର ତଦନ୍ତ ଦୁଇ ବର୍ଷ ଧରି ଚାଲିଥିଲା । ଏହି ସମୟରେ ପ୍ରାୟ ୫୦୦ ଲୋକଙ୍କୁ ହଇରାଣ କରାଯାଇଥିଲା, ୫୦ ହଜାର ପୃଷ୍ଠାର ଦଲିଲ ଦାଖଲ କରାଯାଇଥିଲା, ୨୫୦ରୁ ଉଦ୍ଧ୍ୱର୍ ଚଢ଼ାଉ କରାଯିବା ସତ୍ତେ୍ୱ ଗୋଟିଏ ପଇସା ମଧ୍ୟ ଜବତ କରାଯାଇନଥିଲା ।