ନୋକିଆର ଲାଇସେନ୍ସ କମ୍ପାନୀ ଏଚଏମଡି ଗ୍ଲୋବାଲ ଭାରତରେ ଆଉ ଦୁଇଟି ଶସ୍ତା ୪ଜି ଫିଚର୍ ଫୋନ୍ ଲଞ୍ଚ କରିଛି ।ନୋକିଆ ମଡେଲଗୁଡିକର ସ୍କ୍ରିନକୁ ଅପଗ୍ରେଡ୍ କରିଛି । ପୁରୁଣା ଫିଚର୍ ଫୋନରେ ୧. ୭୭ ଇଞ୍ଚ ଡ଼ିସପ୍ଲେ ଥିଲା । ଏହା ବ୍ୟତୀତ କମ୍ପାନୀ ଫୋନର କୀପ୍ୟାଡରେ ଥିବା ବଟନଗୁଡ଼ିକୁ ମଧ୍ୟ ଅପଗ୍ରେଡ୍ କରିଛି, ଯାହା ଦ୍ୱାରା ଉପଭୋକ୍ତାମାନେ ଟାଇପିଂରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।
ଏହି ଫିଚର୍ ଫୋନରେ ନୋକିଆର ଅପରେଟିଂ ସିଷ୍ଟମ୍ କାମ କରେ । ଉପଭୋକ୍ତା ଏଥିରେ ୨,୦୦୦ କଣ୍ଟାକ୍ଟ ସେଭ୍ କରିପାରିବେ ।ଏହା ବ୍ୟତୀତ ଏହି ଦୁଇଟି ଫୋନ୍ ଏଫେମ ରେଡିଓ, ଏମପି୩ ପ୍ଲେୟାର ଏବଂ ଟ୍ରାଡୀଜନାଲ ସ୍ନେକ୍ ଗେମ୍ ସହିତ ଆସିଥାଏ । ଏହା ବ୍ୟତୀତ, ଏହି ଦୁଇଟି ଫୋନ୍ ୟୁଟ୍ୟୁବ୍ ଭିଡିଓ, ୟୁଟ୍ୟୁବ୍ ମ୍ୟୁଜିକ୍ ଏବଂ ସର୍ଟସକୁ ଆକ୍ସେସ ମିଳିଥାଏ । ଏଗୁଡିକ ଆକ୍ସେସ କରିବାକୁ କମ୍ପାନୀ ଏକ କ୍ଲାଉଡ୍ ଫୋନ୍ ଆପ୍ ପ୍ରଦାନ କରିଛି । ଏହି ଦୁଇଟି ଡିଭାଇସ ୨୩ ଟି ଭାଷାକୁ ସପୋର୍ଟ କରେ ଏବଂ ୧୩ଟି ଇନପୁଟ୍ ଭାଷାକୁ ସପୋର୍ଟ କରିବ । କମ୍ପାନୀ ଏଥିରେ ୧,୪୫୦ ଏମଏଏଚ ର ଏକ ବଡ ବ୍ୟାଟେରୀ ଦେଇଛି । ଏହା ସହିତ, ଆପଣ ଏଥିରେ ୟୁପିଆଇ ମଧ୍ୟ ବ୍ୟବହାର କରିପାରିବେ ।