ହାଇଦରାବାଦ: ‘ଦଳାଚକଟା ପରେ ଫିଲ୍ମ ହିଟ୍ ହେବ।’ ସନ୍ଧ୍ୟା ଥିଏଟର ବାହାରେ ପୁଷ୍ପା-୨ର ସ୍କ୍ରିନିଂ ଦିନ ଘଟିଥିବା ଦଳାଚକଟାକୁ ନେଇ କାଳେ ଏଭଳି ଅସମ୍ବେଦନଶୀଳ ମନ୍ତବ୍ୟ ଦେଇଥିଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଏମିତିକି ବାହାରେ ଦଳାଚକଟା ଘଟୁଥିବା ଜାଣି ମଧ୍ୟ ଥିଏଟରରେ ବସି ଫିଲ୍ମ ଦେଖିଥିଲେ ଅଲ୍ଲୁ। ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ନିକଟରେ ଗିରଫ ପରେ ଜାମିନରେ ମୁକୁଳିଥିବା ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଏଆଇଏମଆଇଏମ ବିଧାୟକ ଆକବରୁଦ୍ଦିନ ଓୱେସୀ। ଏଭଳି ଦାୟିତ୍ତ୍ବହୀନ ଏବଂ ଅସମ୍ବେଦନଶୀଳ ବ୍ୟବହାର ପାଇଁ ସେ ଅଲ୍ଲୁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ତେଲଙ୍ଗାନା ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ଆକବରୁଦ୍ଦିନ କହିଛନ୍ତି ଯେ ଦଳାଚକଟା କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜାଣିବା ପରେ ମଧ୍ୟ ଅଲ୍ଲୁ ଥିଏଟରରେ ବସି ସିନେମା ଦେଖିଥିଲେ। ଯିବା ବେଳେ ସେ ପ୍ରଶଂସକମାନଙ୍କ ଆଡକୁ ହାତ ହଲାଇ ଅଭିବାଦନ ମଧ୍ୟ ଜଣାଇଥିଲେ। ଏମିତିକି ମୃତ ମହିଳା, ତାଙ୍କର ଆତ ପୁଅ କିମ୍ବା ପରିବାର ଲୋକଙ୍କୁ ଦେଖବାକୁ ଅଲ୍ଲୁ ଯାଇ ନ ଥଲେ ବୋଲି ଆକବରୁଦ୍ଦିନ ଅଭିଯୋଗ କରିଛନ୍ତି।
ଡିସେମ୍ବର ୨ରେ ଘଟିଥବା ଏହି ଦଳଚକଟା ଘଟଣାରେ ୩୫ ବର୍ଷୀୟ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥଲା। ଏଥରେ ତାଙ୍କର ପୁଅ ଗୁରୁତର ଆହତ ହୋଇ ଏବେବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ଅଲ୍ଲୁଙ୍କୁ ଗତ ୧୩ ତାରିଖରେ ଗିରଫ କରାଯାଇଥଲା। ହାଇଦରାବାଦର ଏକ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇଥଲେ। ମାତ୍ର ମାମଲା ରଦ୍ଦ କରିବାକୁ ଅଲ୍ଲୁ କରିଥବା ଆବେଦନ ଉପରେ ଶୁଣାଣି କରି ହାଇଦରାବାଦ ହାଇକୋର୍ଟ ତାଙ୍କୁ ସେହିଦିନ ହିଁ ଜାମିନ ପ୍ରଦାନ କରିଥଲେ।