ଭୁବନେଶ୍ୱର : ଲଗାଣ ବର୍ଷା ଯୋଗୁ ରବିବାର ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ କରାଯାଇଛି। ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଶିମିଳିପାଳ ଜୈବ ମଣ୍ଡଳ ବିଭାଗ ପକ୍ଷରୁ ବନ୍ଦ କରାଯାଇଛି । ପିଠାବଟା, କାଳିକାପ୍ରସାଦ ଗେଟ୍ ଦେଇ ପ୍ରବେଶ କରୁଥିବା ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ପ୍ରବେଶ ବନ୍ଦ କରାଯାଇଛି । ତେବେ ଏନେଇ ସୂଚନା ଦେଇଛନ୍ତି ଉତ୍ତର ଶିମିଳିପାଳର ଡେପୁଟି ଡାଇରେକ୍ଟର ସାଇ କିରଣ ଡି.ଏନ ।ଶିମିଳିପାଳ ମଧ୍ୟରେ ପାହାଡ଼ିଆ ମାଟି ରାସ୍ତାରେ ଅଘଟଣକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ରବିବାର ଅଭୟାରଣ୍ୟ ମଧ୍ୟକୁ କୋଣସି ଗାଡ଼ି ପ୍ରବେଶ କିମ୍ବା ପ୍ରସ୍ଥାନ କରିବ ନାହିଁ। ପରବର୍ତ୍ତୀ ସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।