ଭୁବନେଶ୍ୱର : ନୂଆବର୍ଷରେ ହେବ ପକ୍ଷୀ ଗଣନା । ଆସନ୍ତା ଜାନୁଆରୀ ୧୮ରେ ପକ୍ଷୀ ଗଣନା କରିବେ ରାଜ୍ୟ ସରକାର । ପ୍ରଥମ ଥର ପାଇଁ ଗୋଟାଏ ଦିନରେ ସାରା ରାଜ୍ୟରେ ଏକା ସଙ୍ଗେ ଏହି ଗଣନା କାର୍ଯ୍ୟ କରାଯିବ । ଚଳିତ ବର୍ଷ ଅକ୍ଟୋବର ମାସରୁ ବିଦେଶୀ ପକ୍ଷୀ ହୀରାକୁଦ ଡ୍ୟାମକୁ ଆସୁଛନ୍ତି । ଯେଉଁମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ସେହିପରି ଆସନ୍ତା ମାସ ୧୮ରୁ ପକ୍ଷୀଗଣନା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟ ପ୍ରାଣୀ ଡ଼ି ଏଫ ଓ ଅଂଶୁପ୍ରଜ୍ଞା ଦାସ।