ମୁମ୍ବାଇ : ପୁଣି ବିବାଦରେ ବଲିଉଡ ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ। ଅନେକ ଥର ଶାହାରୁଖ ଖାନ୍ ଏବଂ ସଲମାନ ଖାନଙ୍କ ବିରୋଧରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହି ଆସିଛନ୍ତି ସେ। ଏବେ ସେ ଆଲୋଚନା ବେଳେ ମହାତ୍ମା ଗାନ୍ଧୀଙ୍କୁ ପାକିସ୍ତାନର ଜାତୀୟ ପିତା ବୋଲି କହିଛନ୍ତି।ଶୁଭଙ୍କର ମିଶ୍ର ପୋଡକାଷ୍ଟରେ ଅଭିଜିତଙ୍କୁ ସଙ୍ଗୀତକାର ପଞ୍ଚମ ଦାଙ୍କୁ ନେଇ ପ୍ରଶ୍ନ କରାଯାଇଥିଲା। ଏହାର ଜବାରେ ସେ କହିଥିଲେ ଯେ ଯୁବପୀଢ଼ି ତାଙ୍କୁ ଜାଣନ୍ତୁ ଅବା ନ ଜାଣନ୍ତୁ, ମୁଁ ତାଙ୍କୁ ଜାଣେ, ଆମ ସମୟର ଗାୟକ ତାଙ୍କୁ ଚିହ୍ନନ୍ତି। ଏଣୁ ଅନ୍ୟ କିଏ ଜାଣନ୍ତି ନାହିଁ ସେଥିରୁ ଫରକ ପଡେନା।ଯଦି କେହି ତାଙ୍କୁ ଜାଣି ନାହାନ୍ତି, ଆମର କାମ ଯେ ତାଙ୍କୁ ଲୋକେ ଚିହ୍ନନ୍ତୁ। ଯେଉଁମାନେ ଲୋକଙ୍କୁ ଶିଖାଉଛନ୍ତି, ବାର୍ତ୍ତା ପଠାଉଛନ୍ତି, ସେମାନେ ନେହେରୁ କିଏ, ମହାତ୍ମା ଗାନ୍ଧୀ କିଏ ଜଣାଇପାରନ୍ତି। ପଞ୍ଚମ ଦା ମହାତ୍ମା ଗାନ୍ଧୀଙ୍କଠାରୁ ବଡ଼ ଥିଲେ। କାରଣ ସେ ସଙ୍ଗୀତର ଜାତୀୟ ପିତା ଥିଲେ। ମହାତ୍ମା ଗାନ୍ଧୀ ପାକିସ୍ତାନ ପାଇଁ ଜାତୀୟ ପିତା ଥିଲେ, ଭାରତ ପାଇଁ ନୁହେଁ। ଭାରତ ବି ଭାରତ ଥିଲା ନା। ପାକିସ୍ତାନକୁ ନିର୍ମାଣ କରାଯାଇଥିଲା। ଭୁଲ ବଶତଃ ମହାତ୍ମାଙ୍କୁ ଏଠାର ଜାତୀୟ ପିତା କରିଦିଆଯାଇଥିବା ସେ କହିଛନ୍ତି।