ଆଗକୁ ଆସୁଛି ଖ୍ରୀଷ୍ଟମାସ୍ ଡେ। ଖ୍ରୀଷ୍ଟଧର୍ମରେ ବେଶ୍ ଧୁମ୍ଧାମ୍ରେ ଏହି ଦିନକୁ ପାଳନ କରାଯାଏ। ଏହିଦିନରେ ପ୍ରଭୁ ଯୀଶୁ ଜନ୍ମ ଗ୍ରହଣ କରିଥିବାରୁ ଖ୍ରୀଷ୍ଟଧର୍ମ ଲୋକମାନେ ବର୍ଷସାରା ଅପେକ୍ଷା କରି ରହିଥାନ୍ତି। ଏହିଦିନ ଲୋକେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ କେକ୍ କାଟନ୍ତି, ଉପହାର ଆଦାନ ପ୍ରଦାନ କରନ୍ତି। ବିଭିନ୍ନ ଦେଶରେ ଖ୍ରୀଷ୍ଟମାସ୍ ର୍ପବର ଭିନ୍ନ ଭିନ୍ନ ନାମ ରହିଛି। ତେବେ ଭାରତ ଓ ଏହାର ପଡ଼ୋଶୀ ରାଷ୍ଟ୍ରଗୁଡିକରେ ଏହି ର୍ପବକୁ ବଡ଼ଦିନ ବୋଲି କୁହାଯାଇଥାଏ ।ଔପନିବେଶିକ ଅନୁପ୍ରବେଶ କାଳରେ ଭାରତୀୟ ଉପମହାଦ୍ୱୀପରେ ଖ୍ରୀଷ୍ଟୀୟ ଧାର୍ମିକ ପ୍ରଭାବ ବିସ୍ତାର କରିବା ପାଇଁ ଚେଷ୍ଟା କରାଯାଉଥିଲା । ଖ୍ରୀଷ୍ଟ ଧର୍ମର ପ୍ରଚାର ଓ ପ୍ରସାର ପାଇଁ ତାହା ଏକ ପ୍ରକୃଷ୍ଟ ସମୟ ବୋଲି ସେମାନଙ୍କୁ ହୃଦବୋଧ ହେଲା । ତେବେ କାହିଁକି ପାଳନ କରାଯାଏ ଖ୍ରୀଷ୍ଟମାସ ଦିନ ? ଖ୍ରୀଷ୍ଟମାସ ଟ୍ରିର ମହତ୍ତ୍ୱ କଣ ଏବଂ କାହିକିଁ ସଜାଯାଏ ଖ୍ରୀଷ୍ଟମାସ ଟ୍ରିର!ତେଣୁ ଏହାକୁ ଖୁବ୍ ସୁନ୍ଦରଭାବେ ଫୁଲ, ଖେଳଣା, ଘଣ୍ଟି, ରଙ୍ଗବେରଙ୍ଗ ଲାଇଟ୍ ଆଦିରେ ସଜାଯାଏ। ସୁସଜ୍ଜିତ ଖ୍ରୀଷ୍ଟମାସ ଟ୍ରି ଖ୍ରୀଷ୍ଟମାସର ପ୍ରମୁଖ ଆକର୍ଷଣ ସାଜିଥାଏ। ତେବେ ଏହା କେବଳ ଏକ ଡେକେରେଟିଭ୍ ସାମଗ୍ରୀ ନୁହେଁ ବରଂ ଏହାର ମହତ୍ତ୍ୱ ବହୁତ ରହିଛି। ଖ୍ରୀଷ୍ଟଧର୍ମରେ ଏହାକୁ ଜୀବନର ନିରନ୍ତରତାର ପ୍ରତିକ ଭାବେ ଗ୍ରହଣ କରାଯାଏ। ଏହାବାଦ ଏହାକୁ ପ୍ରଭୁ ଯୀଶୁଙ୍କ ଆଶୀର୍ବାଦଭାବେ ମଧ୍ୟ ଦେଖାଯାଇଥାଏ। ଏହି ବୃକ୍ଷ ପଛରେ କିଛି ଇତିହାସ ମଧ୍ୟ ଜଡ଼ିତ ଅଛି। କୁହାଯାଏ କ୍ରିସମସ୍ ଟ୍ରିର ଆରମ୍ଭ ଷୋଡ଼ଶ ଶତାବ୍ଦିରେ ଖ୍ରୀଷ୍ଟଧର୍ମ ସୁଧାରକ ମାର୍ଟିନ ଲୁଥର ଆରମ୍ଭ କରିଥିଲେ। ଥରେ ଡିସେମ୍ବର ୨୪ ତାରିଖର ଏକ ସନ୍ଧ୍ୟା ସମୟରେ ସେ ବରଫାବୃତ୍ତ ଜଙ୍ଗଲ ଦେଇ ଯାଉଥାନ୍ତି। ସେତେବେଳେ ସେ ଏକ ପାଇନ୍ ଗଛ ଦେଖିଲେ। ସେହି ଗଛର ଡାଳଗୁଡିକ ରୁପା ପରି ଚମକୁଥାଏ।ଏହାପରେ ମାର୍ଟିନ ଲୁଥର ନିଜ ଘରେ ଏକ ପାଇନ ଗଛ ଲଗାଇଲେ। ଆଉ ତାକୁ ଛୋଟ ଛୋଟ କ୍ୟାଣ୍ଡେଲରେ ସଜାଇଲେ। ଏହାପରେ ସେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିନ ମଧ୍ୟ ପ୍ରଭୁ ଯୀଶୁଙ୍କ ସମ୍ମାନରେ ପାଇନ ଗଛକୁ ସଜାଇଥିଲେ। ଓ ଗଛକୁ କ୍ୟାଣ୍ଡେଲ ଆଲୋକରେ ଆଲୋକିତ କରିଥିଲେ।ଖ୍ରୀଷ୍ଟମାସ ଟ୍ରିକୁ ନେଇ ଆଉ ଏକ ମାନ୍ୟତାନୁସାରେ କୁହାଯାଏ ଖ୍ରୀଷ୍ଟମାସ ଟ୍ରି ସଜାଇବା ପରମ୍ପରା ସର୍ବପ୍ରଥମେ ଜର୍ମାନୀରେ ଆରମ୍ଭ ହୋଇଥିଲା। ଏକଦା ଜର୍ମାନୀର ସେଣ୍ଟ ବୋନିଫେସ୍ ଖବର ପାଇଲେ ଯେ, କିଛି ଲୋକ ବିଶାଳ ଓକ୍ ଗଛ ତଳେ ଏକ ଶିଶୁର ବଳୀ ଦେବାକୁ ଯାଉଛନ୍ତି। ଏହି ଖବର ମିଳିବାମାତ୍ରେ ବୋନିଫେସ୍ ପିଲାଟିକୁ ବଞ୍ଚାଇବା ଲାଗି ସେହି ଓକ୍ ଗଛକୁ କାଟିଦେଲେ। ତେବେ ଆଶ୍ଚର୍ଯ୍ୟର କଥା କିଛିଦିନ ପରେ ସେହି ଓକ୍ ଟ୍ରିରଚେରରୁ ଏକ ଫିର୍ ଟ୍ରି ହେଲା। ଲୋକେ ସେହି ଗଛକୁ ଚମତ୍କାରୀ ବୋଲି ମଣିଲେ। ସେଣ୍ଟ ବୋନିଫେସ୍ ସେହି ବୃକ୍ଷକୁ ପବିତ୍ର ଦିବ୍ୟ ବୃକ୍ଷ ବୋଲି କହିଲେ। ଯାହାର ଡ଼ାଳ ସ୍ବର୍ଗକୁ ସଙ୍କେତ କରୁଛି। ବିଶ୍ୱାସ କରାଯାଏ ସେବେଠାରୁ ସେହି ଗଛକୁ ପ୍ରତିବର୍ଷ ପ୍ରଭୁ ଯୀଶୁଙ୍କ ଜନ୍ମ ଦିବସ ଅବସରରେ ସଜାଯାଉଛି।