ଭୁବନେଶ୍ୱର : ଓଡ଼ିଶା ରାଜନୀତିରେ ଖେଳିଯାଇଛି ଶୋକର ଲହରୀ। ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ମୃତ ଘୋଷଣା କଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ। ୨୦୦୯, ୨୦୧୪ରେ ଭୁବନେଶ୍ୱର-ମଧ୍ୟ ଆସନରୁ ଜିତିଥିଲେ ବିଜୟ ମହାନ୍ତି। ସେ ବିଜେଡି ଟିକେଟରେ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ମାତ୍ର ୬୦ ବର୍ଷରେ ସେ ଆଖିବୁଜିଛନ୍ତି। ହସ୍ପିଟାଲ କତ୍ତୃପକ୍ଷ କହିଛନ୍ତି ଯେ, ବିଜୟ ମହାନ୍ତିଙ୍କୁ ମୃତ ଅବସ୍ଥାରେ ହସ୍ପିଟାଲକୁ ଅଣା ଯାଇଥିଲା। ତାଙ୍କର ନିୟମ ଅନୁସାରେ ପୋଷ୍ଟମର୍ଟମ କରାଯିବ। ସେ କିଛିଦିନ ହେବ ହୃଦରୋଗରେ ପୀଡିତ ଥିଲେ ବୋଲି ସୂଚନା ମିଳିଛି।