ସାଧାରଣତଃ ଗୋଲମରିଚକୁ ଖାଦ୍ୟରେ ଏକ ମସଲା ରୂପେ ଆମେ ବ୍ୟବହାର କରିଥାଉ । ହେଲେ ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଗୋଲମରିଚରେ ଆଇରନ୍, ପୋଟାସିୟମ୍, ଫସ୍ଫରସ୍, ମାଙ୍ଗାନିଜ୍, ଜିଙ୍କ୍, କ୍ରୋମିୟମ୍, ଭିଟାମିନ୍-ଏ ଓ ସି ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ଆମ ଶରୀରର ଅନେକ ଉପକାର କରିଥାଏ। ଗୋଲମରିଚରେ ଅନେକ ରାସାୟନିକ ଉପାଦାନ ରହିଛି ଯାହା ଶରୀର ପାଇଁ ଅନେକ ଉପଯୋଗୀ ଅଟେ।
ଗ୍ୟାସ ରୋଗ ଦୂର କରେ:- ଯେଉଁ ଲୋକମାନଙ୍କୁ ଗ୍ୟାସ ଭଳି ରୋଗ ଅଛି ଓ ତାଙ୍କ ପେଟରେ ଦିନ ସାରା ନିଆ ଭଳି ପୋଡା ଜଳା ହୁଏ ତାଙ୍କୁ ସକଳ ସମୟରେ ଖାଲି ପେଟରେ ଗୋଲମରୀଚ ଚୋବେଇ ଖାଇବା ଉଚିତ ଓ ଉଷୁମ ପାଣି ପିବା ଦରକାର ଅଟେ । ଏହାର ସେବନ ଦ୍ଵାରା ଆପଣଙ୍କ ଗ୍ୟାସ ଭଲ ହୋଇଥାଏ ।
ଥକାପଣ ଦୂର କରେ:- ଯେଉଁ ଲୋକମାନଙ୍କୁ ପ୍ରାୟତଃ ଥକା ଲାଗେ ତାଙ୍କୁ ସକାଳେ ଖାଲି ପେଟରେ ଉଷୁମ ପାଣି ସହ ୨-୩ ଗୋଲମରୀଚ ସେବନ କରିବା ଉଚିତ, ଏହା ଦ୍ଵାରା ଆପଣଙ୍କ ମନ ଭଲ ରହିବ ଓ ଆପଣଙ୍କୁ ଥକା ଲାଗିବ ନାହିଁ ।
ଥଣ୍ଡା ଜର ଭଲ କରେ:- ଯଦି ଆପଣ ଅଧା ଚାମଚ ଗୋଲମରିଚ ପାଉଡର ଓ ଗୋଟିଏ ଚାମଚ ମିଶ୍ରି ମିଶାଇ ଏକ କପ୍ ଉଷୁମ କ୍ଷୀର ସହିତ ୩ ଥର ପିଉଛନ୍ତି । ତେବେ ଏହା ଥଣ୍ଡା ଓ ସର୍ଦ୍ଦି ପାଇଁ ଲାଭଦାୟକ ହୋଇଥାଏ।
ଫିଟ ରଖେ:- ଗୋଲମରିଚ ଶରୀରରେ ଚର୍ବି ଜମିବାକୁ ପ୍ରତିରୋଧ କରିଥାଏ । ଏହା ସହିତ ଏହା ଆପଣଙ୍କ ମେଟାବୋଲିଜିମରେ ଉନ୍ନତି କରି କ୍ୟାଲୋରୀ ଦମନରେ ସାହାଯ୍ୟ କରିଥାଏ ।
ପେଟ ସମସ୍ୟାଗୁଡ଼ିକୁ ଦୂର କରେ:- ସୁସ୍ଥ ଶରୀର ପାଇଁ ଖାଦ୍ୟନଳୀ ସୁସ୍ଥ ରହିବା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏକ ସୁସ୍ଥ ଖାଦ୍ୟନଳୀର ଅର୍ଥ ଏକ ସଫା ତଥା ଡିଟକ୍ସିଫାଇଡ୍ ପେଟ । ତେବେ ଏହି ଗୋଲମରିଚ ପାଣି ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥ ଏବଂ ରସାୟନକୁ ବାହାର କରି ଦେଇଥାଏ । ଏହା ପାଚନ କ୍ରିୟାରେ ସୁଧାର ଆଣିଥାଏ । ଏଥି ସହିତ ପେଟ ସମସ୍ୟାଗୁଡ଼ିକୁ ଦୂର କରିବାରେ ସହାୟକ ହୋଇଥାଏ ।