ଚଳିତ ମାସ ୨୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିନି ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି । ଆମେରିକା ରାଷ୍ଟ୍ରପତି ବାଇଡେନ୍ଙ୍କୁ ସାକ୍ଷାତ କରି ଡେଲାୱେରର ୱିଲିଙ୍ଗଟନରେ ଚତୁର୍ଥ କ୍ୱାଡ ଲିଡର୍ସ ସମ୍ମିଳନୀରେ ଯୋଗଦେବେ। ଏହାପରେ ୨୨ରେ ସେ ନ୍ୟୁ ଜର୍ସିରେ ଭାରତୀୟ ସମ୍ପ୍ରଦାୟ ସହ ଜଡିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ ।
ପିଏମ୍ ମୋଦି ନିଜ ଗସ୍ତର ଶେଷ ଦିନ ସେପ୍ଟେମ୍ବର ୨୩ରେ ମିଳିତ ଜାତିସଂଘର ‘ସମିଟ୍ ଅଫ୍ ଦ ଫ୍ୟୁଚର’ରେ ମଧ୍ୟ ଭାଗ ନେବେ । ଆମେରିକା ରାଷ୍ଟ୍ରପତି ବାଇଡେନ୍ଙ୍କ ହୋମ୍ଟାଉନ ଡେଲାୱେରରେ କ୍ୱାଡ ସଙ୍ଗଠନର ବୈଠକ ଅନୁଷ୍ଠିତ ହେବ । ପ୍ରଥମେ କ୍ୱାଡ୍ ବୈଠକ ଭାରତରେ ୨୦୨୪ ଜାନୁୟାରୀରେ ହେବାର ଥିଲା । କିନ୍ତୁ କୌଣସି କାରଣବଶତଃ ଏହି ସମ୍ମିଳନୀକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ଭାରତ ୨୦୨୫ରେ କ୍ୱାଡ ସଙ୍ଗଠନ ଆୟୋଜନ କରିବ । କ୍ୱାଡ୍ ହେଉଛି ଚାରୋଟି ଦେଶର ଏକ ସଙ୍ଗଠନ, ଯେଉଁଥିରେ ଭାରତ ବ୍ୟତୀତ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ଅନ୍ତର୍ଭୁକ୍ତ ଅଛନ୍ତି । ୨୦୦୭ରେ ଏହା ଗଠିତ ହୋଇଥିଲା । କିନ୍ତୁ ପୁର୍ନବାର ଏହାକୁ ୨୦୧୭ରେ ଆକ୍ଟିଭ୍ କରାଯାଇଥିଲା ।