ଭାରତରେ ବିଭୋ ଏକ ନୂଆ ଫୋନ ଲଞ୍ଚ କରିଛି । ଏହା ବିଭୋ ଟି୩ ୫ଜି ନାମରେ ପରିଚିତ ହୋଇଛି । ଏହି ବିଭୋ ଫୋନରେ ଏଆଇ ଫିଚର୍ସ ଏବଂ ଡ଼ିମିଏନ୍ସିଟି ୯୨୦୦+ ପ୍ରୋସେସର ସହ ଆସୁଛି । ବିଭୋ ଭି୪୦ ପରି ଏହି ଫୋନର ମଧ୍ୟ ସମାନ ଲୁକ୍ ଏବଂ ଡିଜାଇନ୍ ରହିଛି । କମ୍ପାନୀ ଏହି ଫୋନରେ ମେଡିଆ ଟେକ ଡ଼ିମିଏନ୍ସିଟି ୯୨୦୦ + ପ୍ରୋସେସର ବ୍ୟବହାର କରିଛି ।
ଯାହା ଏଆଇ ଫିଚରକୁ ସପୋର୍ଟ କରେ । ବିଭୋ ଏହି ଫୋନରେ ଏଆଇ ଏରଷେର ଏବଂ ଏଆଇ ଫୋଟୋ ଏଂହାନ୍ସ ଭଳି ଫିଚର ମଧ୍ୟ ପ୍ରଦାନ କରିଛି । ସ୍ମାର୍ଟଫୋନ୍ ତିନୋଟି ଭାରିଆଣ୍ଟର ଷ୍ଟୋରେଜ୍ ଆଣିଛି ଯାହା ହେଉଛି, ୮ଜିବି ରାମ + ୧୨୮ଜିବି, ୮ଜିବି ରାମ + ୨୫୬ଜିବି ଏବଂ ୧୨ଜିବି ରାମ + ୨୫୬ଜିବିର ରହିଛି । ଏହି ଫୋନର ପ୍ରାରମ୍ଭିକ ମୂଲ୍ୟ ୩୧,୯୯୯ ଟଙ୍କା ଥିବା ବେଳେ, ଅନ୍ୟ ଦୁଇଟିର ମୂଲ୍ୟ ୩୩,୯୯୯ ଏବଂ ୩୫,୯୯୯ ଟଙ୍କା ରହିଛି । ଏହା ସହ ଏହି ଫୋନରେ ଦୁଇଟି କଲର ଅପ୍ସନ୍ ରହିଛି ।ୱେବସାଇଟ୍ ଫ୍ଲିପକାର୍ଟ ତଥା କମ୍ପାନୀର ଅଫିସିଆଲ୍ ଅନଲାଇନ୍ ଏବଂ ଅଫଲାଇନ୍ ଚ୍ୟାନେଲରେ ଆୟୋଜିତ ହେବ । ଏବେ ଏହି ଫୋନ୍ କିଣିବା ଉପରେ ଆପଣଙ୍କୁ ୩,୦୦୦ ଟଙ୍କାର ଡିସକାଉଣ୍ଡ ସହିତ ୩,୦୦୦ ଟଙ୍କାର ବୋନସ୍ ମଧ୍ୟ ମିଳିବ ।