ଚିଲିକା ହ୍ରଦରେ ଏକ ଯାତ୍ରୀବାହୀ ଡଙ୍ଗା ଫସି ରହିଥିଲା। ଡଙ୍ଗାର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ହେତୁ ଯାତ୍ରୀବାହୀ ଜାହାଜ ଚିଲିକା ହ୍ରଦ ମଝିରେ ଅଟକି ଯାଇଛି । ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ପୁରୀ ସାତପଡାରୁ ଜହ୍ନିକୁଦା ଘାଟକୁ ଡଙ୍ଗାଟି ଯାତ୍ରୀଙ୍କୁ ଧରି ଜହ୍ନିକୁଦା ଯାଉଥିଲା।
ମଏଁସା ଗାଁ ନିକଟରେ ଡଙ୍ଗାଟି ଯାନ୍ତ୍ରିକ ତ୍ରୁଟି ଯୋଗୁ ଡଙ୍ଗାଟି ଅଟକି ରହିଛି। ଖବର ପାଇ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏପରିକ ଯାତ୍ରୀଙ୍କୁ କୌଣସି ଭୟଭୀତ ନ ହେବାକୁ କୋଷ୍ଟଗାର୍ଡ ପକ୍ଷରୁ ନିବେଦନ କରାଯାଇଛି। ବୋଟ୍ରେ ୫୦ରୁ ଅଧିକ ଯାତ୍ରୀ ଥିବାବେଳେ ୧୫ଟି ବାଇକ୍ ରହିଥିବା ସୂଚନା ମିଳିଛି।