ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ପିଆଜକୁ ନେଇ ଚାଷୀଙ୍କ ସପକ୍ଷରେ ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନେ୍ଦ ସ୍ୱାଗତ କରିଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଲାଭାନ୍ୱିତ ହେବେ ।
ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି, ‘ପିଆଜ ଉପରୁ ରପ୍ତାନି ଶୁଳ୍କ ହଟାଇବା ନେଇ ମୁଁ ମହାରାଷ୍ଟ୍ରର ସମସ୍ତ ପିଆଜ ଚାଷୀ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଉଛି । ପୂର୍ବରୁ ପିଆଜ ଉପରେ ଥିବା ରପ୍ତାନି ଶୁଳ୍କ ୪୦ % ଥିଲା । ଏହି କାରଣରୁ ଚାଷୀଙ୍କୁ ଅସୁବିଧାର ସମୁଖୀନ ହେବାକୁ ପଡ଼ୁଥିଲା ।’ ଏବେ ୨୦ % କୁ ହ୍ରାସ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି କି ପିଆଜ ଉପରୁ ରପ୍ତାନି ଶୁଳ୍କ ହଟାଇବା ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିଲି । ସର୍ବନିମ୍ନ ରପ୍ତାନି ଶୁଳ୍କ ୫୫୦ ଡଲାର ହଟାଇବା ନିଷ୍ପତ୍ତି ହୋଇଛି । ପିଆଜ ଚାଷୀଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର ।