ମେଷ: ପାରିପାର୍ଶ୍ବିକ ବାତାବରଣ ଶାନ୍ତ ରହିବା ସହ ଆୟର ଉତ୍ସ ମିଳିବ । ବ୍ୟବସାୟରେ ଲାଭବାନ ହେବେ । ପରିବାର ସମ୍ବନ୍ଧୀୟ ଆଲୋଚନା ଫଳପ୍ରଦ ରହିବ । ନିଜ କାର୍ଯ୍ୟ ପାଇଁ ପ୍ରସଂଶିତ ହେବେ ଏବଂ ମାନସିକ ଓ ଶାରୀରିକ ଭାବରେ ସୁସ୍ଥତା ଅନୁଭବ କରିବେ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ସନ୍ଧ୍ୟା ସମୟରେ ଖର୍ଚ୍ଚ ବଢ଼ିବାର ସମ୍ଭାବନା ଅଛି ।
ବୃଷ: ସ୍ବଚ୍ଛ ମନୋବୃତ୍ତି ପାଇଁ ସମ୍ମାନିତ ହେବେ । ବ୍ୟବସାୟରେ ଉନ୍ନତି ହେବ। ସହକର୍ମୀଙ୍କଠାରୁ ସାହାଯ୍ୟ ଓ ସହଯୋଗ ମିଳିପାରେ । କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସିତ ହେବେ । ପ୍ରିୟଜନଙ୍କ ସହ ଆମୋଦ ପ୍ରମୋଦରେ ଦିନଟିକୁ ଅତିବାହିତ କରିପାରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ମନ ବଳାଇବେ ।
ମିଥୁନ: ମାନସିକ ଦୁଃଶ୍ଚିନ୍ତା ହେବ । ଅଯଥା ଖର୍ଚ୍ଚ ଉପରେ ଧ୍ୟାନ ଦିଅନ୍ତୁ । ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଅନୁକୂଳ ନୁହେଁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାର ସଦସ୍ୟଙ୍କ ସହ ମତାନ୍ତର ଓ ମନୋମାଳିନ୍ୟ ଘଟିପାରେ। ସ୍ଥିର ମନରେ ସମସ୍ୟାର ସମାଧାନ କରନ୍ତୁ ।
କର୍କଟ: ନିଷ୍ଠା ଓ ଉଦ୍ୟମ ଯୋଗୁଁ କାର୍ଯ୍ୟ ସଂପୂର୍ଣ୍ଣ ହେବ । ଆର୍ଥିକ ସମସ୍ୟା ଉପୁଜିପାରେ । ସହକର୍ମୀ କଟୁ ବ୍ୟବହାର କରିପାରନ୍ତି । କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । ଅତି ସହଜରେ କାହାକୁ ବିଶ୍ବାସ କରନ୍ତୁ ନାହିଁ । ସରଳତାର ଫାଇଦା ଉଠାଇପାରନ୍ତି । ବିଦ୍ୟାର୍ଥୀଙ୍କ ପାଇଁ ଆଜି ମିଶ୍ରିତ ଫଳ ରହିବ ।
ସିଂହ: ଅଳ୍ପ ଚେଷ୍ଟା କରି ଅଧିକ ଲାଭ ପାଇବେ । ଆଇନଗତ କାର୍ଯ୍ୟକଳାପରୁ ଦୁରେଇ ରୁହନ୍ତୁ । ଏକାଗ୍ରତା କ୍ଷୁର୍ଣ୍ଣ ହୋଇପାରେ । ଧ୍ୟାନମଗ୍ନ ହୋଇ କାର୍ଯ୍ୟ କରନ୍ତୁ । ପିଲାମାନଙ୍କ ସ୍ବାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତିତ ହୋଇପାରନ୍ତି।
କନ୍ୟା: ପ୍ରଭାବଶାଳୀ ହେବେ । ବିପୁଳ ଅର୍ଥ ଲାଭ ହେବା ସହ ପଦୋନ୍ନତି କିମ୍ବା ଦରମାରେ ବୃଦ୍ଧି ହୋଇପାରେ । ଆପଣଙ୍କ କାର୍ଯ୍ୟରେ ସମସ୍ତେ ପ୍ରଭାବିତ ହେବେ । ତେଣୁ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ ହେବ । ପରିବେଶ ବନ୍ଧୁତ୍ୱପୁର୍ଣ୍ଣ ଏବଂ ଶାନ୍ତ ରହିବ ।
ତୁଳା: ଜଟିଳ ସମସ୍ୟା ଉପୁଜିପାରେ । ଦିନଟି ସେତେ ସହଜ ହେବନାହିଁ । ତେଣୁ ଧର୍ଯ୍ୟହରା ହୋଇପାରନ୍ତି। ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ। ଶାରୀରିକ ଅସୁସ୍ଥତା ଦେଖା ଦେବ । ଆଶାନୁରୁପ ଫଳ ମିଳିବ ନାହିଁ । ଅପରାହ୍ଣ ପରେ ପରିସ୍ଥିତିରେ ଉନ୍ନତି ହେବ ।
ବିଛା: ଦିନଟି ଅତ୍ୟନ୍ତ ଭଲ ରହିବ । ବ୍ୟବସାୟରେ ବୃଦ୍ଧି ଯୋଗୁଁ ଲାଭବାନ ହେବେ । କାର୍ଯ୍ୟରେ ସଫଳତା ମିଳିବ । ସହକର୍ମୀମାନଙ୍କଠାରୁ ସହଯୋଗ ମିଳିପାରେ । ପରିବେଶ ଶାନ୍ତି ଏବଂ ଖୁସିପୂର୍ଣ୍ଣ ରହିବ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ରହିବ । ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ । କାର୍ଯ୍ୟରମ୍ଭ ପାଇଁ ଦିନଟି ଶୁଭ ଅଟେ । ମନ ପ୍ରଫୁଲ୍ଲ ରହିବ ।
ଧନୁ: ଦିନଟି ଅତ୍ୟନ୍ତ ଶୁଭପ୍ରଦ ହେବ । ମାନସିକ ଏବଂ ଶାରୀରିକ ସ୍ଥରରେ ସୁସ୍ଥତା ଅନୁଭବ କରିବେ। ପ୍ରତ୍ୟେକ କ୍ଷେତ୍ରରୁ ଲାଭ ମିଳିବ । କାର୍ଯ୍ୟରେ ସଫଳତା ହାସଲ କରିବେ । ଦିନଟି ସୁଖରେ ଅତିବାହିତ ହେବ । ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷାରେ ମନୋନିବେଶ କରିବେ । ଅର୍ଥଲାଭର ଯୋଗ ରହିଛି । ପଦୋନ୍ନତି ହୋଇପାରେ । କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ ।
ମକର: ପାରିବାରିକ ସମସ୍ୟା ଦେଖାଦେଇ ପାରେ । କାର୍ଯ୍ୟରେ ପ୍ରତିଷ୍ଠା ମିଳିବ । ବୃତ୍ତି ଏବଂ ବ୍ୟବସାୟ ଦିଗରୁ ଦିନଟି ଉକୃଷ୍ଟ ଅଟେ । ପଦୋନ୍ନତି ହୋଇପାରେ । ପ୍ରାର୍ଥନା ଏବଂ ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇପାରନ୍ତି ।
କୁମ୍ଭ: ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଖର୍ଚ୍ଚ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବ୍ୟବସାୟିକ କ୍ଷତି ହୋଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ସାବଧାନତାର ସହ ଯାତ୍ରା କରନ୍ତୁ। କଥାବାର୍ତ୍ତାରେ ସଞ୍ଜମତା ଆଣନ୍ତୁ ।
ମୀନ: ଅକସ୍ମାତ୍ ଅର୍ଥପ୍ରାପ୍ତି ହୋଇପାରେ । ସ୍ବାଦିଷ୍ଟ ଭୋଜନ କରିବେ । ଆର୍ଥିକ ସ୍ଥିତି ସୁଦୃଢ ହେବା ସହ କାର୍ଯ୍ୟରେ ସଫଳତା ମିଳିବ । ଆମୋଦ ପ୍ରମୋଦରେ ଦିନଟି କଟିବ । କାର୍ଯ୍ୟ କ୍ଷେତ୍ରରେ ଓ ସାମାଜିକ ସ୍ଥରରେ ସୁଦୃଢ ପ୍ରତିଷ୍ଠିତ ହେବେ । ବ୍ୟବସାୟିକ ଉନ୍ନତି ଘଟିବ । ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇପାରେ । ଅପରାହ୍ନରେ ଖୁସି ଖବର ମିଳିପାରେ ।