ବାଲିଗୁଡ଼ା: ଯୋଜନା ଆରମ୍ଭରୁ ଯୋଜନା ଫେଲ୍ । ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାକୁ ନେଇ ପ୍ରତ୍ୟକ ଦିନ କିଛି ନା କିଛି ଘଟଣା ସାମ୍ନାକୁ ଆସୁଥିବା ବେଳେ ଉପାନ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି ଭିନ୍ନ ସମସ୍ୟା । ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ଯୋଜନାର ଶୁଭାରମ୍ଭ କରିବାକୁ ଥିବା ବେଳେ ଗାଁ ରେ ନେଟୱର୍କ ନଥିବାରୁ ଯୋଜନାରେ ନାମ ପଞ୍ଜିକୃତ କରାଇବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ କୁଟିକିଆ ପଞ୍ଚାୟତ ବାସୀ । ନାମ ପଞ୍ଜିକରଣ ପାଇଁ ପ୍ରାୟ ୨୦ କିଲୋମିଟର ବାଲିଗୁଡ଼ା ଆସି ଦିନ ତମାମ ଅପେକ୍ଷା କରିବାକୁ ପଡ଼ୁଥିବା ବେଳେ କିଛି ମହିଳା ଦଲାଲଙ୍କ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି ।