ମେଷ: ଦିନଟି ମଧ୍ୟମ ଧରଣର ରହିବ। କାମ ପ୍ରତି ପ୍ରତିବଦ୍ଧତା ହ୍ରାସ ପାଇବ। ପରିବାର ସଦସ୍ୟଙ୍କ ସହ ଆଲୋଚନା ଫଳପ୍ରଦ ରହିବ। କୌଣସି ପୁରୁଣା କାମ ସମାପ୍ତ ହେବା ସହ ନୂତନ କାର୍ଯ୍ୟ ଆରମ୍ଭ ହେବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି ଫଳପ୍ରଦ ଅଟେ।
ବୃଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ସକରାତ୍ମକ ଦୃଷ୍ଟିକୋଣ ବୃଦ୍ଧି ଯୋଗୁଁ ଧ୍ୟାନ କେନ୍ଦ୍ରିତ ରହିବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ପରିବାର ସଦସ୍ୟ ମନୋବଳ ବଢ଼ାଇବେ । ଆୟବ୍ୟୟ ଉପରେ ଧ୍ୟାନ ଦିଅନ୍ତୁ। ବିଦ୍ୟାର୍ଥୀମାନେ ଅଧ୍ୟୟନ ସମୟରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସନ୍ଧ୍ୟାପରେ ଅବସ୍ଥାରେ ପରିବର୍ତ୍ତନ ଘଟିବା ସହ ସୁଖ ଓ ସମୃଦ୍ଧିର ବାତାବରଣ ସୃଷ୍ଟି ହେବ।
ମିଥୁନ: ଧନପ୍ରାପ୍ତିର ଯୋଗ ଅଛି। କିନ୍ତୁ ନୂତନ କାର୍ଯ୍ୟ ପାଇଁ ଦିନଟି ଅନୁକୂଳ ନୁହେଁ। ପଡୋଶୀଙ୍କ ସହ ମନୋମାଳିନ୍ୟ ଘଟିପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅଯଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି। ସାମାଜିକ କାର୍ଯ୍ୟ କରିବା ପାଇଁ ରୁଚି ବଢିବ। ବିଦ୍ୟାର୍ଥୀମାନେ ଆଶାନୁରୂପ ଫଳ ପାଇବେ ନାହିଁ।
କର୍କଟ: ଦିନଟି ଅତ୍ୟନ୍ତ ଭଲରେ ବିତିବ । ଶାରୀରିକ ସୁସ୍ଥତା ଅନୁଭବ କରିବେ । ଭ୍ରମଣ ପାଇଁ କୌଣସି ଏକ ସ୍ଥାନକୁ ଯାଇପାରନ୍ତି । ସାମାଜିକ କାର୍ଯ୍ୟରୁ ଲାଭବାନ ହେବେ । ଆର୍ଥିକ ଦିଗରୁ ଦିନଟି ଅନୁକୂଳ ଅଟେ । ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି ଉପଯୁକ୍ତ ଅଟେ।
ସିଂହ: ଆଜି ମିଶ୍ରିତ ଫଳ ପାଇବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାର ସଦସ୍ୟଙ୍କ ସହ ମନୋମାଳିନ୍ୟ ଘଟିପାରେ। କାର୍ଯ୍ୟଭାର ଅଧିକ ରହିବ । ଅଧିକ ପରିଶ୍ରମ କରିବା ସତ୍ତ୍ୱେ ଆଶାନୁରୂପ ଫଳ ମିଳିବ ନାହିଁ। ଗୁରୁଜନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଚିନ୍ତାରେ ରହି ପାରନ୍ତି। ବ୍ୟୟ ଅଧିକ ହେବ । ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ। ଵିଧ୍ୟାର୍ଥୀ ପାଠପଢ଼ାରେ ମନୋନିବେଶ କରିବେ।
କନ୍ୟା: ସନ୍ଧ୍ୟା ସମୟରେ ବହୁ ଦିନରୁ ଅପେକ୍ଷା କରିଥିବା ସୁସମ୍ବାଦ ପାଇବେ । କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଆଦୌ ଅନୁକୂଳ ନୁହେଁ। ଅଯଥା ଖର୍ଚ୍ଚାନ୍ତରେ ପଡିପାରନ୍ତି। ବ୍ୟବସାୟରେ କ୍ଷତି ହୋଇପାରେ। ମନରେ ଦୁଶ୍ଚିନ୍ତା ଆସିବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି କଠିନ ହୋଇପାରେ । ସନ୍ଧ୍ୟାପରେ ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବା ସହ ମାନସିକ ଶାନ୍ତି ମଧ୍ୟ ବୃଦ୍ଧି ପାଇବ।
ତୁଳା: କିଛି ସମସ୍ୟା ଉପୁଜିପାରେ। ଧୈର୍ଯ୍ୟହରା ହେବା ସହ ଭାରସାମ୍ୟ ହରାଇ ପାରନ୍ତି। ପ୍ରିୟଜନଙ୍କ ସହ ଯୁକ୍ତିତର୍କ ହୋଇପାରେ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ଚାପ ଯୋଗୁଁ ଅସ୍ଥିରତା ଅନୁଭବ କରିପାରନ୍ତି। ବିଦ୍ୟାର୍ଥୀମାନେ ପଢ଼ାରେ ଧ୍ୟାନ ନଦେଇ ଖେଳପ୍ରିୟ ହେବେ।
ବିଛା: ଆଜି ଦିନଟି ଖୁବ ଭଲରେ କଟିବ । କାର୍ଯ୍ୟରମ୍ଭ ପାଇଁ ଦିନଟି ଅନୁକୂଳ ଅଟେ । ମାନସିକ ଶାନ୍ତି ଅନୁଭବ କରିବେ। ମନପ୍ରଫୁଲ୍ଲ ରହିବ। କୌଣସି ପାରିବାରିକ ସମସ୍ୟାକୁ ନେଇ ଆଲୋଚନା କରିବେ। ଯାହା ଫଳପ୍ରଦ ହେବ । ଏଥିସହ ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ଅପ୍ରତ୍ୟାଶିତ ଭାବେ ଖୁସି ଖବର ପାଇପାରନ୍ତି। ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଭଲ।
ଧନୁ: ଦିନଟି ମଧ୍ୟମ ଧରଣ ହେବ । କୌଣସି ପରିସ୍ଥିତିରେ ନିର୍ଣ୍ଣାୟକ କଥାରେ ଦ୍ୱିବିଧା ଉପୁଜିପାରେ । ଅସୁରକ୍ଷିତ ଅନୁଭବ କରିବେ । ମାନସିକ ଅଶାନ୍ତି ଅନୁଭବ କରିବେ। କାର୍ଯ୍ୟବ୍ୟସ୍ତତା ସହ ଖର୍ଚ୍ଚ ବଢି ପାରେ, ସନ୍ତୁଳନ କର । ଅନୈତିକ କାର୍ଯ୍ୟକଳାପରୁ ଦୁରେଇ ରହନ୍ତୁ । ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ମନ ଲାଗିବ ନାହିଁ।
ମକର: ବ୍ୟବସାୟ ପାଇଁ ଆଜି ଦିନଟି ଅତ୍ୟନ୍ତ ଉପଯୁକ୍ତ ଅଟେ । କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ଘଟିପାରେ । ସୁରୁଖୁରୁରେ କାର୍ଯ୍ୟ ସମ୍ପନ୍ନ କରିବେ । ଅପରାହ୍ନରେ ପ୍ରିୟଜନଙ୍କୁ ସାକ୍ଷାତ କରି ପାରନ୍ତି। ଧାର୍ମିକ ଏବଂ ଆଧ୍ୟାତ୍ମିକ ଚିନ୍ତାଧାରା ଆସିବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି ଉପଯୁକ୍ତ ଅଟେ।
କୁମ୍ଭ: ଶାରୀରିକ ଏବଂ ମାନସିକ ସ୍ଥରରେ ଅସୁସ୍ଥତା ଅନୁଭବ କରିବେ । ପରିବାର ସଦସ୍ୟଙ୍କ ସହ ମନୋମାଳିନ୍ୟ ଘଟିପାରେ । ଆୟବ୍ୟୟ ସମୟରେ ଧ୍ୟାନ ଦିଅନ୍ତୁ । ଖର୍ଚ୍ଚାନ୍ତରେ ପଡିପାରନ୍ତି । କଥା ଏବଂ କ୍ରୋଧ ଉପରେ ସଂଯମତା ରଖନ୍ତୁ । ବିଦ୍ୟାର୍ଥୀ ମାନେ ଖେଳକୁଦରେ ମନ ଦେବେ।
ମୀନ: ଅକସ୍ମାତ ଧନଲାଭର ଯୋଗ ଅଛି । ପ୍ରିୟଜନଙ୍କ ସହ ଦେଖା ହୋଇ ଖୁସି ଅନୁଭବ କରିବେ । ବ୍ୟବସାୟ ଦୃଷ୍ଟିରୁ ଦିନଟି ଅନୁକୂଳ ଅଟେ । ଆର୍ଥିକ କ୍ଷେତ୍ରରୁ ଲାଭବାନ ହେବେ। କଠିନ ପରିଶ୍ରମ କରି ସଫଳ ହେବେ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ମନୋନିବେଶ କରିବେ।