ଆଜିକାଲି ଯୁବତୀ ମାନେ ସୁନ୍ଦର ଦେଖା ଯିବା ପାଇଁ ବିଭିନ୍ନ ପ୍ରକାର ଫେସ କ୍ରିମ ଆପଣାଉଛନ୍ତି l ସାଧାରଣତଃ ବିବାହ ଉତ୍ସବ ହେଉ କିମ୍ବା କୌଣସି ପାର୍ଟି ଫଙ୍କଶନରେ ଭିଡ ଭିତରେ ବାରି ହୋଇ ପଡିବା ପାଇଁ ତ୍ୱଚାରେ ବିଭିନ୍ନ ପ୍ରକାର କ୍ରିମ ଲଗାଇଥାନ୍ତି l ଯଦି ଆପଣ ନିଜ ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଇବାକୁ ଚାହୁଁଛନ୍ତି, ଆପଣାନ୍ତୁ ଘରୋଇ ଉପାୟ …
ଆଲୋଭେରା ଫେସ୍ ପ୍ୟାକ୍ – ଆଲୋଭେରା ଏବଂ ଭିଟାମିନ୍ E ର ମିଶ୍ରଣ ତ୍ୱଚାର ପୁଷ୍ଟିକର ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣକୁ ବଢ଼ାଇଥାଏ, ଆଲୋଭେରାର ହାଇଡ୍ରେଟିଂ ଗୁଣ ଏବଂ ଭିଟାମିନ୍ E ର ମଶ୍ଚରାଇଜିଂ ଗୁଣ ତ୍ୱଚାକୁ ହାଇଡ୍ରେସନ୍ ଯୋଗାଇଥାଏ ଏବଂ ଡ୍ରାଏନେସକୁ ରୋକିଥାଏ ।
କାକୁଡି ରସ: – କାକୁଡି ରସ ତ୍ୱଚା ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ ପ୍ରଚୁର ପରିମାଣରେ ଜଳ ମିଳିଥାଏ, ଯାହା ସ୍କିନକୁ ହାଇଡ୍ରେଟ୍ ରଖେ । ଆପଣ କାକୁଡିକୁ ଗ୍ରାଇଣ୍ଡିଂ କରି ଏହାର ରସକୁ ମୁହଁରେ ଲଗାଇ ପାରିବେ । ଗାଧୋଇବା ପୂର୍ବରୁ ଏହାକୁ ତ୍ୱଚାରେ କିଛି ସମୟ ଲଗାନ୍ତୁ ।
ମୁଲତାନି ମିଟି: – ଚେହେରା ପାଇଁ ମୁଲତାନି ମିଟି ମଧ୍ୟ ବହୁତ ଲାଭଦାୟକ । ଯଦି ଆପଣଙ୍କ ମୁହଁରେ ବାରମ୍ବାର ବ୍ରଣ ହେଉଛି, ତେବେ ନିଶ୍ଚିତ ଭାବରେ ମୁଲତାନି ମିଟି ପ୍ରୟୋଗ କରନ୍ତୁ । ଗାଧୋଇବା ପୂର୍ବରୁ ଆପଣ ପ୍ରତିଦିନ ୨ ଚାମଚ ମୁଲତାନି ମିଟି ସହିତ ଗୋଲାପ ଜଳ ମିଶ୍ରଣ ପ୍ରୟୋଗ କରିପାରିବେ । କିନ୍ତୁ ଶୁଷ୍କ ତ୍ୱଚା ଥିବା ଲୋକମାନେ ମୁଲତାନି ମିଟି ପ୍ରୟୋଗ କରିବା ଉଚିତ୍ ନୁହେଁ ।
ଚନ୍ଦନ: – ଚନ୍ଦନର ଥଣ୍ଡା ପ୍ରଭାବ ରହିଥାଏ ଯାହାର ପେଷ୍ଟକୁ ମୁହଁରେ ଲଗାଇଲେ ଜଳନ ଏବଂ ରେଡନେସ୍ କମିଯାଏ । ଏଥିପାଇଁ ଏକ ପାତ୍ରରେ ୨ ଚାମଚ ଚନ୍ଦନ ପାଉଡର ନିଅନ୍ତୁ । ତା’ପରେ ସେଥିରେ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଗାଧୋଇବାର ୧୫ ମିନିଟ ପୂର୍ବରୁ ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ । ଏହା ଆପଣଙ୍କ ଚେହେରାକୁ ବହୁତ ଶୀତଳତା ଦେବ ।