ମେଷ: ଦିନଟି ଶୁଭଫଳ ପ୍ରଦାନ କରିବ। ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରି ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହେବେ । ସ୍ନେହଶ୍ରଦ୍ଧା ପାଇ ଆତ୍ମସନ୍ତୋଷ ଲାଭ ହେବ। ଗୋଟିଏ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି ।
ବୃଷ: କାର୍ଯ୍ୟରେ ସୁଫଳ ପାଇବେ । ବ୍ୟବସାୟ ଦୃଷ୍ଟିରୁ ଦିନଟି ଅନୁକୂଳ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ମିଳିବା ସହ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ପ୍ରଶଂସିତ ହେବେ। ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ମିଥୁନ: ଦିନଟି ଅନୁକୂଳ ନୁହେଁ। କ୍ଲାନ୍ତ ଅନୁଭବ କରିବେ। ଶାରୀରିକ ଯନ୍ତ୍ରଣା ଭୋଗିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଛଳ ହେବ ନାହିଁ। ସହକର୍ମୀ ମାନେ ସମାଲୋଚନା କରିବେ ।
କର୍କଟ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଧୈର୍ଯ୍ୟଧରି କାମ କରନ୍ତୁ । କିଛି ମାନସିକ ଅସ୍ଥିରତା ଭୋଗ କରିବେ । ସମାଜରେ ସମ୍ମାନ ଓ ପ୍ରତିପତ୍ତି ହରାଇପାରନ୍ତି । ତେଣୁ ସେପରି ଚିନ୍ତାଧାରା ମନରୁ ସମ୍ପୂର୍ଣ୍ଣରୂପେ ପୋଛିଦିଅନ୍ତୁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।
ସିଂହ: ଦିନଟି ସେତେ ଅନୁକୂଳ ନୁହେଁ । ବନ୍ଧୁଙ୍କ କଠୋର ବ୍ୟବହାର ମନକୁ ଅଶାନ୍ତ କରିପାରେ । ସ୍ୱାସ୍ଥ୍ୟ ଭଲ ରହିବ। ଭ୍ରମଣ ଯୋଗ ରହିଛି। ଅପରାହ୍ନରେ ଶୁଭ ଖବର ପାଇବା ସମ୍ଭାବନା ଅଛି।
କନ୍ୟା: ଦିନଟି ଶୁଭଙ୍କର ଅଟେ । ଶାନ୍ତ ପରିବେଶରେ ରହିବ ଯୋଗୁଁ ମନ ପ୍ରଫୁଲ୍ଲ ରହିବ। ସ୍ୱାସ୍ଥ୍ୟ ଭଲ ରହିବ । ଆର୍ଥିକ ଅବସ୍ଥା ସ୍ୱଛଳ ରହିବ । ସହକର୍ମୀ ମାନେ କାର୍ଯ୍ୟରେ ସହଯୋଗ କରିବେ । ସବୁଦିଗରୁ ଶୁଭଖବର ପାଇବେ।
ତୁଳା: ସଫଳତା ଲାଭ କରିବେ। ଚିନ୍ତନଶୀଳ ମନୋବୃତ୍ତି ବୃଦ୍ଧି ପାଇବ । ବନ୍ଧୁଙ୍କ ଠାରୁ ଶୁଭଖବର ପାଇ ଆତ୍ମସନ୍ତୋଷ ଲାଭ କରିବେ । ଜୀବନ ଶୈଳୀରେ କିଛି ପରିବର୍ତ୍ତନ ଆସିପାରେ।
ବିଛା: ପାରିବାରିକ ଜୀବନ ସୁଖମୟ ହେବ। କୌଣସି ବନ୍ଧୁଙ୍କ ସହ ବ୍ୟବସାୟିକ କଥାବାର୍ତ୍ତା କରିବେ । କ୍ଲାନ୍ତ ଅନୁଭବ କରିବେ। ଭାବିଚିନ୍ତି କାର୍ଯ୍ୟକଲେ ଭଲ। କୌଣସି ଦରକାରୀ କାଗଜରେ ଦସ୍ତଖତ କରିବା ଆଗରୁ ପଢ଼ିନିଅନ୍ତୁ ।
ଧନୁ: ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦବୁଦ୍ଧ ହେବେ । ପାରିବାରିକ ସମ୍ପର୍କ ବୃଦ୍ଧି ପାଇବ । କୌଣସି ଏକ ବନ୍ଧୁଙ୍କର ସହ ସାକ୍ଷାତ ହୋଇପାରେ। ଆଜି ଦିନଟି ଶୁଭଫଳ ପ୍ରଦାନ କରିବ । ବନ୍ଧୁ ମିଳନରେ ଆତ୍ମସନ୍ତୋଷ ପାଇବେ । ଭ୍ରମଣ ଯୋଗ ରହିଛି।
ମକର: ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ । ପାରିବାରିକ ଜୀବନରେ କଳହ ସୃଷ୍ଟି ହେବ । ମହିଳା ମାନେ ଘରକାମରେ ଅକ୍ଲାନ୍ତ ପରିଶ୍ରମ କରିବେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇପାରେ ଭଲ। ମନରୁ ଦୁଶ୍ଚିନ୍ତା ଦୁର କରନ୍ତୁ ।
କୁମ୍ଭ: ଦିନଟି ଅନୁକୂଳ ରହିବ । ବ୍ୟବସାୟରୁ ଅତ୍ୟନ୍ତ ଲାଭବାନ ହେବେ । ପ୍ରିୟଜନଙ୍କ ସହ କଥାବାର୍ତ୍ତା ଆନନ୍ଦ ଦେବ । ଶାରୀରିକ ସୁସ୍ଥତା ଅନୁଭବ କରିବେ। ଗୃହରେ ସୁଖ ଓ ସମୃଦ୍ଧି ଆସିବ ।
ମୀନ: ଆଇନଗତ ମାମଲାରୁ ନିଜକୁ ଦୂରେଇ ରହନ୍ତୁ । କୌଣସି ଆଲୋଚନା ପାଇଁ ଦିନଟି ଅନୁକୂଳ ନୁହେଁ । ମନରେ ଅଶାନ୍ତି ସୃଷ୍ଟି ହୋଇପାରେ । ସାମାଜିକ କିମ୍ଭା ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି ।