ଆଜିକାଲି ଯୁବପିଢ଼ିଙ୍କ କେଶ ଝଡ଼ିବା ସାଧାରଣ ସମସ୍ୟା ଦେଖା ଦେଉଛି । ସେଥିପାଇଁ ବିଭିନ୍ନ ସମୟରେ ବିଭିନ୍ନ ଉପଚାର କରିଥିଲେ ମଧ୍ୟ କିଛି ସୁଧାର ମିଳିପାରୁନି । ସମସ୍ତେ ଚାହାଁନ୍ତି କି ତାଙ୍କ କେଶ ମଜବୁତ ଓ ଘନ ହେଉ । କେଶକୁ ସୁନ୍ଦର କରିବା ପାଇଁ ବଜାରରେ ଅନେକ ପ୍ରକାରର କଣ୍ଡିସନ, ସାମ୍ଫ, ତେଲ, ମେଡ଼ିସିନ ମଧ୍ୟ ମିଳୁଛି। ଆମେ ସେଗୁଡ଼ିକ ବ୍ୟବହାର କରିବା ସହ ଘରୋଇ ଉପଚାର ମଧ୍ୟ କରିଥାଉ, ହେଲେ କିଛି ଲାଭ ପାଇନଥାଉ । କେଶକୁ ମଜବୁଦ କରିବାକୁ ହେଲେ ଆମେ ଖାଦ୍ୟ ପ୍ରତି ଧ୍ୟାନ ଦେବା କୁ ପଡିବ ,ସେହି ଖାଦ୍ୟଗୁଡ଼ିକୁ ପ୍ରତିଦିନ ଖାଦ୍ୟରେ ଅନ୍ତର୍ଭୂକ୍ତ କଲେ ଶରୀରରେ ପୋଷକ ତତ୍ତ୍ୱ ବଢିଥାଏ , ଯାହା କେଶ ବୃଦ୍ଧିରେ ସାହାଯ୍ୟ କରେ । ସେ ଗୁଡିକ କ’ଣ ଆସନ୍ତୁ ଜାଣିବା..
ଅଣ୍ଡା : – ସଧାରଣତଃ କେଶ ମଜବୁତ୍ କରିବାକୁ ଆମେ ସେଥିରେ ଅଣ୍ଡା ଲଗାଇଥାନ୍ତି, କିନ୍ତୁ ଏହାକୁ ନଲଗାଇ ପ୍ରତିଦିନ ଖାଦ୍ୟରେ ସାମିଲ କଲେ ଆମେ ଅଧିକ ଉପଯୋଗ ପାଇପାରିବା। ଅଣ୍ଡାରେ ବହୁତ ପରିମାଣର ପ୍ରୋଟିନ୍ ଥିବା କାରଣରୁ ଏହା ଆମ କେଶ ସହିତ ଶରୀର ପାଇଁ ମଧ୍ୟ ହିତକାରୀ ହୋଇଥାଏ ।
ପାଳଙ୍ଗ :- ଶରୀରରେ ଆଇରନ୍ ଅଭାବ କାରଣରୁ କେଶ ଝଡ଼ିଥାଏ । ପାଳଙ୍ଗରେ ପ୍ରଚୁର ମାତ୍ରରେ ଆଇରନ୍ ଥିବାରୁ ଏହା କେଶ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ । ପାଳଙ୍ଗକୁ ଦୈନିକ ଖାଦ୍ୟରେ ସାମିଲ କଲେ ଆମେ ଉପକୃତ ହୋଇଥାନ୍ତି ।
ଖଟା ଫଳ :- ଖଟା ଫଳରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ । ଭିଟାମିନ୍ ସି ଶରୀରରୁ ଆଇରନ୍ର ମାତ୍ରା କମାଇବାରେ ସହାୟକ କରିଥାଏ । ଏହା ଖାଇବା ଦ୍ୱାରା ଆମ କେଶ ଓ ତ୍ୱଚା ସୁନ୍ଦର ହୋଇଥାଏ । ପ୍ରତିଦିନ କମଳା ଏବଂ ଲେମ୍ବୁ ଖାଇବା ଆମ ଶରୀର ପାଇଁ ଲାଭଦାୟ ହୋଇଥାଏ ।
ଗାଜର :- ଗାଜରରେ ଭରପୁର ମାତ୍ରାରେ ଭିଟାମିନ୍-ଏ ଥିବାରୁ ଏହା କେଶ ଓ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରେ । ଏହା କେଶକୁ ମୂଳରୁ ମଜବୁତ କରିବା ସହ ବଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ ।