ମେଷ: ଅପ୍ରତ୍ୟାଶିତ କୌଣସି ଘଟଣା ଘଟିପାରେ । ସଂଧ୍ୟାରେ ଆପଣଙ୍କୁ ଭ୍ରମଣଯୋଗ ଅଛି। ଯାନବାହନ କରେ କରି ପାରନ୍ତି। ପାରିବାରିକ ପରିବେଶ ଭଲ ରହିବ । ନୂତନ କାର୍ଯ୍ୟାରମ୍ଭ କରିବା ପାଇଁ ସନ୍ଧ୍ୟା ସମୟ ଉତ୍କଷ୍ଟ ଅଟେ। ଖର୍ଚ୍ଚ ପ୍ରତି ସଜାଗ ରୁହନ୍ତୁ ।
ବୃଷ: ଆଧ୍ୟାତ୍ମିକ ଚେତନାରେ ରହିବେ। ଦିନଟି ଅନୁକୂଳ ଅଛି। ମନ ପ୍ରଫୁଲ୍ଲ ରହିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବରିଷ୍ଠ ଅଧିକାରୀମାନେ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି।
ମିଥୁନ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇ ପରେ । ଆଚରଣରେ ସଂଯମତା ରଖନ୍ତୁ। ବରିଷ୍ଠ ଅଧିକାରୀ ମାନେ ଆପଣଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇପାରନ୍ତି । କିନ୍ତୁ ସନ୍ଧ୍ୟା ପରେ ପରିସ୍ଥିତିରେ ଉନ୍ନତି ହେବ । କୌଣସି କାର୍ଯ୍ୟରୁ ସଫଳତା ପ୍ରାପ୍ତ ହୋଇପାରେ ।
କର୍କଟ: ଦିନଟି ଏତେ ଶୁଭ ନୁହେଁ। ମନ ଅସ୍ଥିର ହେବ। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଅପରାହ୍ନ ପରେ ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଓ ସମ୍ମାନ ମଧ୍ୟ ବୃଦ୍ଧିପାଇ ପାଇବାର ସମ୍ଭାବନା ଅଛି। ବ୍ୟବସାୟରୁ ଲାଭବାନ ହେବେ। ଶିକ୍ଷା କ୍ଷେତ୍ରରେ ସମ୍ମାନ ମିଳିବ।
ସିଂହ: ଦିନଟି ଅନୁକୂଳ ଅଛି। ଭ୍ରମଣ ଯୋଗ ରହିଛି । କୌଣସି କାର୍ଯ୍ୟରେ ସଫଳତା ମିଳିପାରେ । ସନ୍ଧ୍ୟାରେ କ୍ଳାନ୍ତ ଏବଂ ଶକ୍ତିହୀନ ଅନୁଭବ କରିବେ। ଶିକ୍ଷା କ୍ଷେତ୍ରରେ ଉପକୃତ ମିଳିବ। କାର୍ଯ୍ୟାରମ୍ଭ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ।
କନ୍ୟା:ଦିନଟି ମହତ୍ତ୍ୱପୂର୍ଣ୍ଣ ଅଟେ । ଆଧ୍ୟାତ୍ମିକ ଭାବନା ଆସିପାରେ। ସରକାରୀ ସ୍ତରରୁ ଅର୍ଥ ଏବଂ ସମ୍ମାନ ପ୍ରାପ୍ତିର ହୋଇପାରେ। କର୍ମଠ ହେବେ।ବ୍ୟବସାୟରୁ ଲାଭ ମିଳିବ। କାର୍ଯ୍ୟ ସଫଳ ହେବ। ପରିବାର ସଦସ୍ୟଙ୍କ ସହ ସମୟ ବିତାଇବେ।
ତୁଳା: ଅର୍ଥପ୍ରାପ୍ତିର ଯୋଗ ଅଛି। କର୍ମକ୍ଷେତ୍ରରୁ ଲାଭବାନ ହେବେ। ସୃଜନଶୀଳ ଚେତନା ଆସିବ। ଦକ୍ଷତାର ସହିତ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିବ। ସରକାରୀ କ୍ଷେତ୍ରରେ ଲାଭ ମିଳିବ।
ବିଛା: ପରୋପକାର କରିବେ। ମନ ଅସ୍ଥିର ରହିବ। ଜିଦିରେ ଅଟଳ ରହି ଲକ୍ଷ୍ୟଚ୍ୟୁତ ହୋଇପାରନ୍ତି । ମଧ୍ୟାହ୍ନ ପରେ ବ୍ୟାକୁଳତା ଏବଂ ମାନସିକ ଅସ୍ଥିରତାର ଶିକାର ହେବେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।
ଧନୁ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ଶାରୀରିକ ସୁସ୍ଥତା ଅନୁଭବ କରିବେ। ଦିନ ଆରମ୍ଭରେ ଅନୁକୂଳ ପରିସ୍ଥିତି ଏବଂ ଦିନର ଦ୍ଵିତୀୟ ଭାଗରେ ପ୍ରତିକୂଳ ଫଳ ପ୍ରଦାନ କରିବ । ପାରିବାରିକ ସମସ୍ୟା ଦେଖାଦେଇପାରେ।ଆପଣଙ୍କର ଆର୍ଥିକ ଏବଂ ସାମାଜିକ ପରିସ୍ଥିତି ପ୍ରତିକୂଳ ଭାବରେ ପ୍ରଭାବ ପକାଇବ । ଆୟବ୍ୟୟରେ ସତର୍କତା ଅବଲମ୍ବନ କରନ୍ତୁ।
ମକର: ସମାଜସେବାରେ ନିୟୋଜିତ ହୋଇପାରନ୍ତି। ବ୍ୟବସାୟରୁ ଲାଭ ମିଳିବ। କୌଣସି ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନେବେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖୁନ୍ତୁ । ପରିବାରରେ କଳହ ଦେଖାଦେଇପାରେ । ସନ୍ଧ୍ୟାବେଳକୁ, ପରିସ୍ଥିତିରେ ଉନ୍ନତି ହେବ।
କୁମ୍ଭ: କର୍ମଚଞ୍ଚଳ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ।ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଖାଦ୍ୟପେୟ ଉପରେ ସଜାଗ ରୁହନ୍ତୁ।
ମୀନ: ଖୁସି ଖବର ପାଇବେ। କାର୍ଯ୍ୟାରମ୍ଭ ପାଇଁ ଦିନଟି ଅନୁକୂଳ ଅଟେ। ଅପରାହ୍ନ ସମୟରେ ପାରିବାରିକ କଳହ ହୋଇପାରେ। ନୂତନ ଯୋଜନା କାର୍ଯ୍ୟକାରୀ କରିପାରନ୍ତି । ମନରେ ଦୁଃଶ୍ଚିନ୍ତା ଆସିପାରେ ।