ଆଜିକାଲି ସମସ୍ତ ବୟସର ଲୋକଙ୍କଠାରେ ଦେଖାଯାଉଛି ଚକ୍ଷୁ ସମସ୍ୟା । ବର୍ତ୍ତମାନ ଅଧିକ ସମୟ ମୋବାଇଲ୍, ଲାପ୍ଟପ୍, କମ୍ପ୍ୟୁଟର ଆଦି ବ୍ୟବହାର କରିବା ଏବଂ ଅସନ୍ତୁଳିତ ଖାଦ୍ୟାଭ୍ୟାସ ଭଳି ବିଭିନ୍ନ କାରଣରୁ ଅଧିକାଂଶ ଯୁବପିଢ଼ିଙ୍କଠାରେ ଚକ୍ଷୁ ସମସ୍ୟା ଦେଖିବାକୁ ମିଳୁଛି। ସେଥିରୁ ମୁକ୍ତି ପାଇବା ପାଇଁ ସାଧାରଣତ ଚଷମା ବ୍ୟବହାର କରନ୍ତି | କିପରି ଆମ ଦୃଷ୍ଟିଶକ୍ତି ଫେରି ପାଇବା ନିଜ ଖାଦ୍ୟ ତାଲିକାରେ କ’ଣ ସବୁ ସାମିଲ କଲେ ଦୃଷ୍ଟିଶକ୍ତି ବୃଦ୍ଧି ହେବାରେ ସହାୟକ ହେବ,ଆସନ୍ତୁ ଜାଣିବା …
ଶାଗ: ଦୃଷ୍ଟିଶକ୍ତି ବୃଦ୍ଧି କରିବା ଲାଗି ଶାଗ ହେଉଛି ସବୁଠୁ ଭଲ ଖାଦ୍ୟ। ଏଥିରେ ଭରି ରହିଛି ପ୍ରଚୁର ପରିମାଣରେ ଭିଟାମିନ୍, ମିନେରାଲ୍ସ। ତେଣୁ ପ୍ରତିଦିନ ଖାଦ୍ୟ ତାଲିକାରେ ତଟକା ସବୁଜ ଶାଗକୁ ସାମିଲ କରି ଉପକୃତ ହୋଇପାରିବେ।
ଛୁଇଁ: ଶିମ୍ବ, ବିନ୍ସ, ଝୁଡ଼ଙ୍ଗ, ସଜନାଛୁଇଁ ଆଦି ଭଳି ଛୁଇଁଜାତୀୟ ଖାଦ୍ୟରେ ପ୍ରୋଟିନ୍ ଏବଂ ଜିଙ୍କ୍ ପରିମାଣ ଖୁବ୍ ଅଧିକ, ଯାହାକି ଚକ୍ଷୁ ପାଇଁ ବେଶ୍ ଉପକାରୀ। ତେଣୁ ଏହାକୁ ଖାଇଲେ ଦୃଷ୍ଟିଶକ୍ତି ବୃଦ୍ଧି ହେବ।
ଅଣ୍ଡା: ଏଥିରେ ଭରିରହିଛି ପ୍ରଚୁର ପରିମାଣର ଲ୍ୟୁଟିନ୍, ଭିଟାମିନ୍ ଇ, ସି, ଯାହାକି ଚକ୍ଷୁ ସମସ୍ୟା ଦୂର କରିବା ଲାଗି ବହୁତ ଉପକାରୀ।
ମଞ୍ଜି ଓ ବାଦାମଜାତୀୟ ଖାଦ୍ୟ: ଆଖିର ମାଂସପେଶୀକୁ ସୁସ୍ଥ ଏବଂ ମଜଭୁତ ରଖିବା ଲାଗି ଭିଟାମିନ୍ ଇ, ସି, ଜିଙ୍କ୍, ଓମେଗା-୩ ଫ୍ୟାଟି ଏସିଡ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଏ ସବୁ ଭରପୂର ମାତ୍ରାରେ ରହିଛି ବିଭିନ୍ନ ମଞ୍ଜି ଏବଂ କାଜୁ, ପେସ୍ତା, ଚିନାବାଦାମ ଏବଂ ଅନ୍ୟ ବାଦାମଜାତୀୟ ଖାଦ୍ୟରେ।
ପନିପରିବା: ଗାଜର, ଫୁଲକୋବି ଏବଂ ଅନ୍ୟାନ୍ୟ ତଟକା ପନିପରିବା ଜାତୀୟ ଖାଦ୍ୟ ମଧ୍ୟ ଆପଣଙ୍କ ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।