ଭାରତ ବଜାରରେ ଟକ୍କର ଦେବ ବିଏମ ଡବ୍ଲ୍ୟୁକୁ ହୁଣ୍ଡାଇର ନୂଆ ମଡେଲ କାର । ଅନେକ ନୂଆ ଅପଡେଟ୍ ସହିତ ଭାରତୀୟ ବଜାରରେ ହୁଣ୍ଡାଇ ମୋଟସ ନୂଆ ଅଲ୍କାଜାର କାରକୁ ପ୍ରବେଶ କରାଇଛି । କମ୍ପାନୀ ଏହି କାରରେ ଏକ ଦମଦାର ଫିଚର୍ ଲଞ୍ଚ କରିଛି, ଯାହା ସାଧାରଣତଃ କେବଳ ବିଳାସପୂର୍ଣ୍ଣ କାରଗୁଡିକ ଦେଖିବାକୁ ମିଳିଥାଏ
କହିବାକୁ ଗଲେ ବିଏମଡବ୍ଲ୍ୟୁ ୫ ସିରିଜ କାର ଭଳି ହୁଣ୍ଡାଇ କାରରେ ଫିଚର୍ ଦେଖିବାକୁ ମିଳିଛି । ଗୋଟିଏ ପଟେ ଏହି ବିଏମଡବ୍ଲ୍ୟୁ କାରର ମୂଲ୍ୟ ୭୦ ଲକ୍ଷରୁ ଅଧିକ ହୋଇଥିବା ବେଳେ ହୁଣ୍ଡାଇ ଏହି ଫିଚର୍ସ ସହିତ କେବଳ ୧୫ ଲକ୍ଷ ଟଙ୍କାରେ କାର ଆଶିଛି। ଏହି ଫିଚର୍ ମାଧ୍ୟମରେ, ଆପଣ ବର୍ତ୍ତମାନ ଚାବି ବିନା ଆପଣଙ୍କ କାରକୁ ଅନଲକ୍ କରିପାରିବେ । ଯଦି ଆପଣ କୌଣସି ବାହାର ଜାଗାରେ ଅଛନ୍ତି ଏବଂ ହଠାତ୍ ଘରେ କାର୍ ଛାଡି ଆପଣଙ୍କ ସହିତ କାର୍ ଚାବି ନେଇଯାଇଛନ୍ତି, ତେବେ ଆପଣ କେବଳ ଏକ ମେସେଜ ଦ୍ୱାରା ହିଁ ଅନ୍ୟ କାହାକୁ ଆପଣଙ୍କ କାର୍ ଚାବି ପଠାଇ ପାରିବେ, ତାହା ମଧ୍ୟ ଡିଜିଟାଲ୍ ଉପାୟରେ ।ଏହି କାରଟି ୬-ସିଟର୍ ଏବଂ ୭-ସିଟର୍ ଭାରିଆଣ୍ଟରେ ଉପଲବ୍ଧ । ହୁଣ୍ଡାଇ ଅଲ୍କାଜାରର ମୂଲ୍ୟ ୧୪.୯୯ ଲକ୍ଷରୁ ଆରମ୍ଭ ହୋଇଛି ଏବଂ ଏହାର ଟପ୍-ଏଣ୍ଡ୍ ଭାରିଆଣ୍ଟର ଏକ୍ସ-ଶୋ’ରୁମ୍ ମୂଲ୍ୟ ୨୧.୫୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିବା କୁହାଯାଇଛି ।