ଅଙ୍ଗୁର ଏହିପରି ଗୋଟିଏ ଫଳ, ଯାହା ପାଟିକୁ ସୁଆଦିଆ ଲାଗିବା ସହ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ | ଯଦି ଆପଣ ଏହାକୁ ନିୟମିତ ଖାଉଛନ୍ତି, ଏହା ଆମକୁ କୋଲେଷ୍ଟ୍ରଲ, ରକ୍ତଚାପ ଇତ୍ୟାଦି ବିପଜ୍ଜନକ ରୋଗରୁ ରକ୍ଷା କରିଥାଏ | ଆସନ୍ତୁ ଆଜି ଆପଣଙ୍କୁ ଅଙ୍ଗୁର ଖାଇବାର ଉପକାରିତା କହିବା |
ଏଥିରେ ଥିବା ଆଣ୍ଟି ଅକ୍ସିଡ଼ାଣ୍ଟ ତତ୍ତ୍ୱ ଶରୀର ପାଇଁ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। କେବଳ ସେତିକି ନୁହେଁ, ଏହା ଶରୀରରେ ପୋଟାସିୟମ, ସୋଡିୟମ ମାତ୍ରାକୁ ସନ୍ତୁଳିତ ରଖିଥାଏ। ଏହା ଶରୀରରେ କୋଲେଷ୍ଟରଲ୍ର ମାତ୍ରାକୁ ବି କମାଇଦିଏ। ଦୃଷ୍ଟି ଶକ୍ତି ପାଇଁ ଅଙ୍ଗୁର ବେଶ୍ ଉପକାରୀ। ନିୟମିତ କିଛି ପରିମାଣର ଅଙ୍ଗୁର ଖାଇଲେ ତାହା ଆମର ସ୍ମରଣ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ। ବ୍ୟାକ୍ଟେରିଆ, ଭାଇରସ୍, ଆଦି ସଂକ୍ରମଣରୁ ମଧ୍ୟ ଏହା ଆମକୁ ସୁରକ୍ଷା ପ୍ରଦାନ କରେ।